ଜଗତସିଂହପୁର ( ଏଟିଆର ବ୍ୟୁରୋ): ଧରା ପଡିଲେ ନର୍ସ ନିହାରିକାର ପୁରୁଷ ବନ୍ଧୁ କିଶୋର ଆଞ୍ଚଲ ଓରଫ ରାଜା । ମୃତ ଦେହ ମିଳିବାର ତିନିଦିନ ପରେ କିଶୋର ନିଜେ ପୋଲିସ ପାଖରେ ଆତ୍ମସମର୍ପଣ କରିଛି । ରାଜା ପୋଲିସ ହାତରେ ଧରା ଦେବା ପରେ ପୋଲିସ ତାକୁ ନେଇ ଏକ ଅଜଣା ଯାଗାରେ ରଖି ପଚରା ଉଚରା କରୁଥିବା ଜଣାପଡିଛି । ତେବେ ରାଜା ଧରା ପଡିବା ପରେ ଏହି ଘଟଣା ଉପରୁ ପରଦା ହଟିପାରେ ବୋଲି ଆଶା କରାଯାଉଛି ।
ଏହି ହତ୍ୟା କାଣ୍ଡରେ ରାଜାର ସଂପୃକ୍ତି ଅଛି ନାଁ ଆଉ କାହାର ହାତ ଅଛି ସେ ସବୁ ଉପରୁ ପରଦା ହଟିବ । ସୂଚନାଯୋଗ୍ୟ ଜଗତସିଂହପୁର ଜାହାଙ୍ଗିରର କିଶୋର ଆଞ୍ଚଲ ଖୋର୍ଦ୍ଧାର ନିହାରିକା ପାତ୍ରଙ୍କୁ ପ୍ରେମ କରୁଥିଲେ । କଟକରେ ନିହାରିକା ଏକ ନର୍ସିଂହୋମରେ କାର୍ଯ୍ୟ କରୁଥିଲେ । ଉଭୟଙ୍କର ସେଠାରୁ ପ୍ରେମ ହୋଇଥିଲା ।
ତେବେ ଗତ ୮ ତାରିଖରେ ହସପିଟାଲରୁ ପୁରୁଷ ବନ୍ଧୁ ରାଜା ସହିତ ନିହାରିକା ଯିବା ପରେ ଆଉ ଘରକୁ ଫେରି ନଥିଲା । ପରେ ୧୮ ତାରିଖ ଦିନ ବିଲୁଆ ଖାଇ ନଦୀ ପଠାରୁ ନିହାରିକାର ଗଳିତ ଶବ ଉଦ୍ଧାର ହୋଇଥିଲା । ତିନିଦିନ ହେଲା ପୋଲିସ ଫେରାର ପୁରୁଷ ବନ୍ଧୁଙ୍କୁ ଖୋଜୁଥିବା ବେଳେ ତିନିଦିନର ଲୁଚକାଳି ଖେଳ ପରେ ପୋଲିସ ହାତରେ ଧରା ଦେଇଛନ୍ତି ରାଜା ।