ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟାଇବା ଭାରତର ଏହି ବଡ ପଦକ୍ଷେପ ପରେ ପାକିସ୍ତାନ ପୁରା ବିଳିବଳଉଛି । ଏନେଇ ପାକିସ୍ତାନ ର ପ୍ରଧାନମନ୍ତ୍ରୀ ଏବଂ ନେତା ମାନେ ମନ ଇଛା ବୟାନ ଦେଉଛନ୍ତି । ଇତି ମଧ୍ୟରେ ଆମେରିକାରେ ଭାରତର ଦୂତାବାସ ହର୍ଷବର୍ଦ୍ଧନ ଶୃଙ୍ଗାଳ କହିଛନ୍ତି କି, ପାକ୍ ର ଅର୍ଥବ୍ୟବସ୍ଥାକୁ ନଷ୍ଟ କରିବାରେ ପ୍ରଧାନମନ୍ତ୍ରୀ ଇମରାନ୍ ଖାଁଙ୍କ ପାଖରେ ସମ୍ପୂର୍ଣ୍ଣ ଅଧିକାର ରହିଛି, କିନ୍ତୁ ଭାରତକୁ କ୍ଷତି ପହଁଚାଇବାର ସାହାସ ତାଙ୍କ ପାଖରେ ନାହିଁ ।
ଶୃଙ୍ଗାଳ କହିଛନ୍ତି କି, କାଶ୍ମୀର ପୁର୍ନବାର ବିକାଶ କ୍ଷେତ୍ରକୁ ଆସିଲାଣି ବୋଲି ଏହା ମାନିବା ଇମରାନ୍ ଖାଁ ଙ୍କ ପାଇଁ କଷ୍ଟ ହେବ । ଇମରାନ୍ ଖାଁଙ୍କ ସରକାରରେ ପାକିସ୍ତାନକୁ ଲଗାତର ଭାବେ ଆର୍ଥିକ ମାନ୍ଦାବସ୍ଥାର ସାମ୍ନା କରିବାକୁ ପଡିଛି । ସେଠାରେ ମହଙ୍ଗା ଅଧିକ ମାତ୍ରାରେ ବଢିଯାଇଛି । ଜିଡିପି ଠାରୁ ଅଧିକ ଏବେ ପାକିସ୍ତାନର ଋଣ ।
ଇମରାନ୍ ଏବଂ ତାଙ୍କ ସରକାର ଲଗାତର ଭାବେ ସେମାନଙ୍କ ବୟାନ ଦ୍ୱାରା ଜବରଦସ୍ତୀ ଭାବେ ଅନ୍ତରାଷ୍ଟ୍ରୀୟ ସମୁଦାୟ ସାମ୍ନାରେ କାଶ୍ମୀରର ଖରାପ ସ୍ଥିତି ରଖିବାକୁ ଚେଷ୍ଟା କରୁଛନ୍ତି ।