ଅନୁଗୁଳ ( ଏଟିଆର ବ୍ୟୁରୋ): ପୂର୍ବ ଶତୃତାକୁ କେନ୍ଦ୍ର କରି ହତ୍ୟା । ମାରଣାସ୍ତ୍ର ଭୁସି ହତ୍ୟା । ଚା ପିଇବାକୁ ଯିବା ବେଳେ ହତ୍ୟା । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ପାଲଲହଡା ଅଞ୍ଚଳରେ । ସୂଚନା ଅନୁସାରେ ଆଜି ସକାଳେ ପାଲଲହଡା ଉଦିତ ସାହିର ନରେନ୍ଦ୍ର କୁମାର ବେହେରା ପାଲଲହଡା ଇଲେକ୍ଟ୍ରି ଅଫିସ ଛକକୁ ଚା ପିଇବାକୁ ଆସିଥିବା ବେଳେ ସେଠାରେ ତାଙ୍କୁ ଜଣେ ଯୁବକ ଏକ ମାରାଣାସ୍ତ୍ରରେ ତାଙ୍କ ଛାତିକୁ ଆକ୍ରମଣ କରିଥିଲେ ।
ସେଠାରୁ କୌଣସି ପ୍ରକାରେ ନରେନ୍ଦ୍ର ଖସି ଯାଇ ପାଖରେ ଥିରା ଏକ ଘର ଭିତରକୁ ପସି ଯାଇଥିଲେ । ସେଠାରେ ଆକ୍ରମଣ କରିଥିବା ଯୁବକ ଜଣଙ୍କ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ । ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ନରେନ୍ଦ୍ରଙ୍କୁ ରକ୍ତ ଜୁଡୁବୁଡୁ ଭାବେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ନରେନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ । ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ କାହାକୁ ଗିରଫ କରି ନାହିଁ ପୋଲିସ ।