ବିଜେପୁର ( ଏଟିଆର ବ୍ୟୁରୋ): ବିଜେପୁର ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ଏବେ ତିନି ରାଜନୈତିକ ଦଳ ସେମାନଙ୍କ ଋଣ କୌଶଳ ଆରମ୍ଭ କରି ଦେଇଛନ୍ତି । ବିଜେଡି ଗଡ ରଖିବା ପାଇଁ ପ୍ରସ୍ତୁତି ଜୋର ଦାର କରୁଥିବା ବେଳେ ଉଭୟ କଂଗ୍ରେସ ଓ ବିଜେପି ବିଜେପୁରରେ ପ୍ରତିଶୋଧ ନେବା ପାଇଁ ଜାଲ ବିଛାଉଛନ୍ତି । ତେବେ ଏହି ଉପନିର୍ବାଚନକୁ ନେଇ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା କହିଛନ୍ତି ଏଥର ବନ୍ଧୁତ୍ୱ ପୂର୍ଣ୍ଣ ମ୍ୟାଚ ନୁହେଁ ବରଂ ଲଢେଇ ହେବ । ଖୁବ ଶୀଘ୍ର ଦଳ ୩ ଜଣଙ୍କ ନାମ କେନ୍ଦ୍ରୀୟ କମିଟିକୁ ପଠାଇବ । କମିଟି ୩ ଜଣଙ୍କ ମଧ୍ୟରୁ ଜଣଙ୍କୁ ପ୍ରାର୍ଥୀ କରିିବ ବୋଲି ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ ଆସନ୍ତା ଅକ୍ଟୋବର ୨୧ ରେ ବିଜେପୁର ଉପନିର୍ବାଚନ ପାଇଁ ପଡିବ ଭୋଟ । ଏନେଇ ଭାରତୀୟ ନିର୍ବାଚନ କମିଶନ ଘୋଷଣା କରିଛନ୍ତି । ସୂଚନା ଅନୁସାରେ- ସେପ୍ଟେମ୍ଭର ୩୦ ତାରିଖ ରହିଛି ପାର୍ଥୀପତ୍ର ଦାଖଲର ଶେଷ ତାରିଖ । ଅକ୍ଟୋବର ୧ ପ୍ରାର୍ଥୀପତ୍ର ଯାଞ୍ଚ । ଅକ୍ଟୋବର ୨୧ ଭୋଟ ଓ ଅକ୍ଟୋବର ୨୪ ରେ ଭୋଟ ଗଣତି ହେବ । ତେବେ ଏ ନେଇ ସେପ୍ଟେମ୍ଭର ୨୩ ରେ ଚୂଡାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ ।
ଗତ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟ ହିଂଜିଳି ଓ ବିଜେପୁର ଦୁଇଟି ଆସନରୁ ବିଜୟୀ ହୋଇଥିଲେ । ପୂର୍ବରୁ ସେଠାରୁ ଉପ ନିର୍ବାଚନ ଜିତି ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁ ବିଧାୟିକା ହୋଇଥିଲେ । ପରେ ଚଳିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ସେଠାରୁ ପାର୍ଥୀ ହୋଇ ବିଜୟ ହୋଇଥିଲେ । ପରେ ମୁଖ୍ୟମନ୍ତ୍ରୀ ତାଙ୍କ ପାରମ୍ପରିକ ଆସନ ହିଂଜିଳି ଆସନକୁ ହାତରେ ରଖି ବିଜେପୁର ଛାଡିଥିଲେ । ଫଳରେ ପୁଣି ବିଜେପୁର ଆସନ ଲାଗି ନିର୍ବାଚନ ଅନୁଷ୍ଠିତ ହେବ ।