ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଓଡିଆ ଗୀତ ଗାଇଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । କଳା , ସଂସ୍କୃତି ଐତିହ୍ୟ ଓ ପରମ୍ପରାକୁ ନେଇ ପ୍ରସ୍ତୁତ ହୋଇଥିବା ଗୀତଟି ‘ଏ ମାଟି ଓଡିଶା,ଏ ଜାତି ଓଡିଆ’ ।ପ୍ରେମାନନ୍ଦଙ୍କ ଦ୍ୱାରା ପ୍ରସ୍ତୁତ ଏହିତ ସଂଗୀତରେ ରାଜ୍ୟପାଳ ନିଜେ କଷ୍ଠଦାନ କରିଛନ୍ତି ।
ଏଥିରେ ରାଜ୍ୟପାଳଙ୍କ ବ୍ୟତୀତ ହ୍ୟୁମାନ ସାଗର,ଅନନ୍ୟା ଶ୍ରୀତମ ,ଆଶୁତୋଷ ମହାନ୍ତି,ସୋନମ୍ ଦାଶ,ସବିଶେଷ ମିଶ୍ର,ବିଶ୍ୱଜିତ୍ ମିଶ୍ର,ଦେବକୃପା ମିଶ୍ର,ଅଳକା ଅଭିଲେଖା , ବସନ୍ତରାଜ ସାମଲ ଓ ବିଦେଶୀ ଦାସ , ଓ ପ୍ରମୁଖ ଓଡିଶାର ଆଗଧାଡିର ୧୫ ଜଣ କଣ୍ଠଶିଳ୍ପୀ କଣ୍ଠଦାନ କରିଛନ୍ତି ।ଗୀତ ରେକଡିଙ୍ଗ କରିସାରିବା ପରେ ଏହା ଏକ ଅତି ସୁନ୍ଦର ସଙ୍ଗୀତ । ଏହି ଗୀତର ମାଧୁର୍ଯ୍ୟରେ ସମସ୍ତେ ଆତ୍ମହରା ହୋଇଯିବେ । ଏହା ସାରା ବିଶ୍ୱର ହୃଦୟକୁ ଛୁଇଁବ ।
ପ୍ରେମାନନ୍ଦ କହିଛନ୍ତି ମୋ ଗୀତକୁ ଗାଇବା ପରେ ରାଜ୍ୟପାଳ ମତେ ଆର୍ଶୀବାଦ କରିଛନ୍ତି । ଯାହା ମେେ ପାଇଁ ଗର୍ବ ଓ ଗୈାରବ । ଏ ଗୀତଟି ଓଡିଶା ମାଟିର ହୋଇଥିବାରୁ ରାଜ୍ୟପାଳଙ୍କୁ ଏ ଗୀତ ଟି ଶୁଣାଇ ତାଙ୍କର ମତାମତ ନେବା ପାଇଁ ଆମେ ତାଙ୍କ ନିକଟକୁ ଯାଇଥିଲୁ ।ଏହି ଗୀତଟି ଉତ୍କଳ ଦିବସ ଅବସରରେ ଉନ୍ମୋଚିତ ହେବ ବୋଲି ସୂଚନା ପ୍ରଦାନ କରାଯାଇଛି ।