ରାଉରକେଲା(ଏଟିଆର ବ୍ୟୁରୋ): ପୁଣି ଖାକିରେ ଲାଗିଛି ଦାଗ । ଆଗରୁ ବହୁ ବାର ପୋଲିସ ବାବୁ ମାନଙ୍କ ଉପରେ ଲାଞ୍ଚ ନେବାର ଅଭିଯୋଗ ହୋଇଛି । ହେଲେ ରାଉକେଲା ଅବକାରୀ ଏସଆଇଙ୍କ ଉପରେ ଲାଗିଛି ଅସଦାଚରଣ ଭଲି ସଂଗିନ ଅଭିଯୋଗ । ସୂଚନା ଅନୁସାରେ ଅବକାରୀ ବିଭାଗର କରଯ୍ୟାଳୟରେ କାମ କରୁଥିବା ଜଣେ ମହିଳା କନେଷ୍ଟବଳଙ୍କୁ ୫ମାସ ଧରି ଅସଦାଚରର କରି ଆସୁଥିଲେ ଅବକାରୀ ଏସଆଇ ସୂର୍ଯ୍ୟ ନାରାୟଣ ରଥ ।
ଏହାକୁ ନେଇ ମହିଳା ଜଣଙ୍କ ଉଚ୍ଚ ପଦରେ ଥିବା ଅଧିକାରୀଙ୍କୁ ବାରମ୍ବାର ଜଣାଇବା ପରେ ମଧ୍ୟ ନିରାସ ହୋଇଥିଲେ । ଏହା ପରେ ମହିଳା ଜଣଙ୍କ ଆଜି ରାଉରକେଲା ମହିଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ ଏହି ଅଭିଯୋଗକୁ କେନ୍ଦ୍ର କରି ତଦନ୍ତ ଆରମ୍ଭ କରିଛି ପୋଲିସ । ସେପଟେ ଅବକାରୀ ଏସଆଇଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ ।