ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତୀୟ କ୍ରିକେଟର ମାଧବ ଆପ୍ଟେଙ୍କ ସୋମବାର ପରଲୋକ ଘଟିଛି । ହୃଦଘାତ ହେବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା । ଆଜି ସକାଳ ୬ଟା ୯ ମିନିଟରେ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ମାଧବ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏନେଇ ତାଙ୍କ ପୁଅ ବାମନ ଆପ୍ଟେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ମାଧବ ଆପ୍ଟେ ତାଙ୍କ କ୍ୟାରିୟରରେ ସାତୋଟି ଟେଷ୍ଟ ମ୍ୟାଚ୍ ଖେଳି ୫୪୨ ରନ୍ କରିଥିଲେ ଯେଉଁଥିରେ କେବଳ ଗୋଟେ ଶତକ ସାମିଲ ରହିଛି । ଏହାବ୍ୟତିତ ପ୍ରଥମ ଶ୍ରେଣୀ କ୍ରିକେଟରେ ସେ ୬୭ ମ୍ୟାଚରେ ୩୩୩୬ ରନ୍ କରିଛନ୍ତି ।
ଆପ୍ଟେ ପ୍ରଥମରୁ ମଧ୍ୟବର୍ତ୍ତି ବ୍ୟାଟ୍ସମାନ ଭାବେ ପ୍ରଦର୍ଶନ କରୁଥିଲେ କିନ୍ତୁ ପରେ ସେ ବ୍ୟାଟିଂରେ ଧୁରନ୍ଦର ହୋଇଯାଇଥିଲେ । ମୁମ୍ବାଇ ପାଇଁ ୪୬ ଏବଂ କୋଲକତା ପାଇଁ ରଣଜି ମ୍ୟାଚ୍ ଖେଳୁଥିବା ଆପ୍ଟେଙ୍କ ନାଁରେ ଏକ ଅଦ୍ୱିତୀୟ ରେକର୍ଡ ସାମିଲ ହୋଇଥିଲା । ସେ ଟେଷ୍ଟ ସିରିଜ୍ ରେ ୪୦୦ ରୁ ଅଧିକ ରନ୍ କରିଥିବା ପ୍ରଥମ ବ୍ୟାଟ୍ସମ୍ୟାନ ଥିଲେ । ୧୯୫୩ ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ସେ ୪୬୦ ରନ୍ କରିଥିଲେ ।