ମୁମ୍ବାଇ (ଏଟିଆର ବ୍ୟୁରୋ ): ବିସିସିଆଇ ୮୮ତମ ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସୁପ୍ରିମକୋର୍ଟ ଦ୍ୱାରା ଅନିବାର୍ଯ୍ୟ ପ୍ରଶାସନିକ ସୁଧାରରେ କୋହଳ କରିବାକୁ ନିଷ୍ପତ୍ତି ନିଆଯାଇଛି । କିନ୍ତୁ ଏହି ନିୟମକୁ ଲାଗୁ କରିବା ପାଇଁ ଉଚ୍ଚତମ ନ୍ୟାୟାଳୟଙ୍କ ସ୍ୱୀକୃତି ଜରୁରୀ ଅଟେ । ମିଳିଥିବା ସୂଚନା ମୁତାବକ ଏହି ବୈଠକରେ ସମସ୍ତ ପ୍ରସ୍ତାବକୁ ସ୍ୱୀକୃତି ମିଳିଥିବା ବେଳେ ଏହି ପ୍ରସ୍ତାବକୁ ସୁପ୍ରିମକୋର୍ଟ ପାଖକୁ ପଠାଯାଇଛି । ଯଦି ସୁପ୍ରିମକୋର୍ଟ ଏହି ସବୁ ପ୍ରସ୍ତାବକୁ ସ୍ୱୀକୃତି ପ୍ରଦାନ କରନ୍ତି, ତେବେ ବିସିସିଆଇର ଅଧ୍ୟକ୍ଷ ଥିବା ସୌରଭ ଗାଙ୍ଗୁଲିଙ୍କ କାର୍ଯ୍ୟକାଳ ନଅ ମାସ ପରିବର୍ତ୍ତେ ୨୦୨୪ରେ ଯାଇ ଶେଷ ହେବ ।
ପୂର୍ବରୁ ଯଦି କୌଣସି ଅଧିକାରୀ ରାଜ୍ୟ କ୍ରିକେଟ ସଂଘ କିମ୍ବା ପଦାଧିକାରୀ ବିସିସିଆଇରେ ମୋଟ ଛଅ ବର୍ଷର କାର୍ଯ୍ୟକାଳ ପୂରଣ କରୁଥିଲେ ତେବେ ତାଙ୍କୁ ୩ବର୍ଷର ବାଧ୍ୟତାମୂଳକ ବ୍ରେକ ନେବାକୁ ପଡୁଥିଲା । ଅନ୍ୟପଟେ ଗାଙ୍ଗୁଲି ଅକ୍ଟୋବର ୨୩ରେ ବିସିସିଆର ଅଧ୍ୟକ୍ଷ ହୋଇଥିଲେ ର୍ହେଁ ତାଙ୍କୁ କାର୍ଯ୍ୟକାଳ ଆସନ୍ତା ବର୍ଷ ଶେଷ ହେବାକୁ ଯାଉଛି । କିନ୍ତୁ ଏଜିଏମ ଦ୍ୱାରା ସ୍ୱୀକୃତି ପ୍ରାପ୍ତ ପ୍ରସ୍ତାବକୁ ଯଦି ସୁପ୍ରିମକୋର୍ଟ ସ୍ୱୀକୃତି ଦିଅନ୍ତି ତେବେ ଗାଙ୍ଗୁଲି କାର୍ଯ୍ୟକାଳ ୨୦୨୪ ପର୍ଯ୍ୟନ୍ତ ବୃଦ୍ଧି ଘଟିବ ।