ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କେନ୍ଦ୍ରୀୟ ବ୍ୟାଙ୍କ ଡିଜିଟାଲ କରେନ୍ସିକୁ ନେଇ ଆରବିଆଇର ତତ୍ପରତା । କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଆଜିଠୁ ଆରମ୍ଭ ହୋଲସେଲ ସେଗମେଣ୍ଟରେ ଡିଜିଟାଲ ମୁଦ୍ରା ବା ଇ-ରୂପିର ପ୍ରଥମ ପାଇଲଟ ପରୀକ୍ଷଣ । ଏହାକୁ ସ୍ୱତନ୍ତ୍ର ବ୍ୟବହାର ପାଇଁ ଉପଯୋଗ କରାଯିବ ।
ଏହି ପାଇଲଟ ପରୀକ୍ଷଣରେ ଭାଗ ନେବା ପାଇଁ ଏସବିଆଇ, ବ୍ୟାଙ୍କ ଅଫ୍ ବରୋଦା, ୟୁନିଅନ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଏଚଡିଏଫସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, କୋଟାକ ମହିନ୍ଦ୍ରା ବ୍ୟାଙ୍କ, ୟଶ ବ୍ୟାଙ୍କ, ଆଇଡିଏଫସି ଫର୍ଷ୍ଟ ବ୍ୟାଙ୍କ ଏବଂ ଏଚଏସବିସି କୁ ଦାୟିତ୍ୱ ଦିଆଯାଇଛି ।
ଇ-ରୁପି-ଡବ୍ଲ୍ୟୁ ଆନ୍ତଃ-ବ୍ୟାଙ୍କ ବଜାରକୁ ଅଧିକ ଦକ୍ଷ କରିବ । କେନ୍ଦ୍ରୀୟ ବ୍ୟାଙ୍କର ଇ-ରୁପିରେ ସେଟେଲ୍ମେଣ୍ଟ ଦ୍ୱାରା ଟ୍ରାଞ୍ଜାକ୍ସନ ଖର୍ଚ୍ଚ କମିବ ।