ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତକୁ ପାକିସ୍ତାନ ସହ କଥା ହେବାରେ କୌଣସି ସମସ୍ୟା ନାହିଁ, କିନ୍ତୁ ଆତଙ୍କିସ୍ତାନ ସହିତ କଥା ହେବାରେ ସମସ୍ୟା ଅଛି ବୋଲି ନ୍ୟୁୟର୍କରେ ବିଦେଶ ମନ୍ତ୍ରୀ ଜୟଶଙ୍କର କହିଛନ୍ତି । କାଶ୍ମୀର ପ୍ରସଙ୍ଗକୁ ନେଇ ପାକିସ୍ତାନ ଏବେ ଏକ ଆତଙ୍କବାଦୀ ଇଣ୍ଡଷ୍ଟ୍ରୀ ତିଆରି କରିଛି ।
ନ୍ୟୁୟର୍କରେ ଏସିୟା ସୋସାଇଟି ସାଂସ୍କୃତିକ ସଂଗଠନ ର କାର୍ଯ୍ୟକ୍ରମ ରେ ଜୟଶଙ୍କର କହିଛନ୍ତି କି, ଯେତେବେଳେ ଭାରତ ପକ୍ଷରୁ ଧାରା ୩୭୦ କୁ ହଟାଇବା ଏବଂ ଜାମ୍ମୁ-କାଶ୍ମୀରକୁ ଦୁଇ କେନ୍ଦ୍ରଶାସିତ ପ୍ରଦେଶରେ ବିଭାଜିତ କରିବାର ନିଷ୍ପତି ନିଆଗଲା, ସେତେବେଳେ ପାକିସ୍ତାନ ଏବଂ ଚୀନ ଆପତି କରିଥିଲେ ।
ଭାରତର ଏହି ନିଷ୍ପତି ପରେ ଭାରତ ସହିତ ପାକିସ୍ତାନ ରାଜନୈତିକ ସମ୍ବନ୍ଧ କମ କରିଦେଇଥିଲା ଏବଂ ଭାରତୀୟ ଆୟୁକ୍ତଙ୍କୁ ବି ନିଷ୍କାସିତ କରିଦେଇଥିଲା । ସେହିପରି ଚୀନ୍ ଗମ୍ଭୀର ଭାବେ ଚିନ୍ତା ପ୍ରକଟ କରି ଏଭଳି କାର୍ଯ୍ୟକାରୀ ନକରିବା ପାଇଁ ଉପଦେଶ ଦେଇଥିଲା ।
ଜୟଶଙ୍କର କହିଛନ୍ତି , ଭାରତକୁ ପାକିସ୍ତାନ ସହିତ କଥା ହେବାରେ କୌଣସି ସମସ୍ୟା ନାହିଁ, କିନ୍ତୁ ଆମକୁ ଆତଙ୍କିସ୍ତାନ ସହିତ କଥା ହେବାରେ ସମସ୍ୟା । ଧାରା ୩୭୦ ରଦ୍ଦ କରିବାରେ ଭାରତର ବାହାର ସୀମାରେ କୌଣସି ନହତାର୍ଥ ନାହିଁ । ଆମେ ଆମ ସୀମାରେ ରହି କାର୍ଯ୍ୟକାରୀ କରିଛୁ । ଏନେଇ ପାକିସ୍ତାନ ଏବଂ ଚୀନ୍ ପକ୍ଷରୁ ପ୍ରତିକ୍ରିୟା ଆସିଛି । ମାତ୍ର ଦୁଇ ଦେଶର ପ୍ରତିକ୍ରିୟା ଭିନ୍ନ ଭିନ୍ନ ରହିଥିଲା । ମୋତେ ଲାଗୁଛି କି ପାକିସ୍ତାନ ଏଭଳି ଏକ ଦେଶ ଯିଏ କାଶ୍ମୀର ପ୍ରସଙ୍ଗର ଜବାବ ଦେବା ପାଇଁ ବାସ୍ତବରେ ଏକ ଆତଙ୍କବାଦି ଇଣ୍ଡଷ୍ଟ୍ରି ଖୋଲିଛି । ମୋତେ ଲାଗୁଛି କି କାଶ୍ମୀର ଠାରୁ ଏହା ବହୁତ ବଡ ପ୍ରସଙ୍ଗ, ଯାହା ଭାରତ ପାଇଁ ନିର୍ମାଣ କରାଯାଇଛି । ଜାମ୍ମୁ-କାଶ୍ମୀରର ସ୍ୱତନ୍ତ୍ର ଧାରା ହଟିବାର ନିଷ୍ପତି ପରେ ପାକିସ୍ତାନ ତାର କୂଟନୀତି ଆରମ୍ଭ କରିଦେଇଛି । ପାକିସ୍ତାନକୁ ଲାଗୁଛି କି ଯଦି ଏହି ନୀତି ସଫଳ ହୋଇଯାଉଛି ତେବେ ସେ ୭୦ ବର୍ଷ ଯାଏଁ ଘାଟିରେ ରାଜ୍ କରିବ ।