ବାଲେଶ୍ୱର(ଏଟିଆର ବ୍ୟୁରୋ): ବଙ୍ଗପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପାଇଁ ସାରା ରାଜ୍ୟରେ ଦୁଇ ଦିନ ହେବ ବର୍ଷା ଲାଗିରହିଛି । ଫଳରେ ବିଭିନ୍ନ ନଦୀର ଜଳ ସ୍ତର ବୃଦ୍ଧି ପାିବାରେ ଲାଗିଛି । ବର୍ଷା ଫଲରେ ରାଜ୍ୟର ବିଭିନ୍ନ ଜାଗାରେ ବନ୍ୟା ପରିସ୍ଥିତି ଦେଖିବାକୁ ମିଳୁଛି । ସେହିପରି ବାଲେଶ୍ୱର ଜିଲ୍ଲାରେ ପ୍ରଭାହିତ ହେଉଥିବ ଜଳକା ନଦୀ ସ୍ତର ବିପଦ ସଂଙ୍କେତ ଉପରେ ଚାଳୁଛି ।
ମାଥାନି ଠାରେ ବିପଦ ସଂଙ୍କେତ ୫.୫୦ ମିଟର ଥିବାବେଳେ ବର୍ତ୍ତମାନ ୫.୯୦ ମିଟରରେ ଜଳ ପ୍ରଭାହିତ ହେଉଛି । ଯାହା ପ୍ରଭାବରେ ବାଲେଶ୍ୱର ଜିଲ୍ଲାର ଗୁଡିପଦା ଓ ଅନେକ ତଳିଆ ଅଞ୍ଚଳରେ ପାଣି ପଶିଯାଇଛି । ପାଖା ପାଖି ୧୦୦ଟି ଘର ଜଳମଗ୍ନ ହୋଇ ରହିଛି । ବିପଦ ସଂଙ୍କେତ ଉପରେ ପାଣି ଚାଳୁଥିବାରୁ ବସ୍ତା ଓ ବାଳେଶ୍ୱର ସଦର ଅଞ୍ଚଳରେ ବନ୍ୟା ପରିସ୍ଥିତି ହେବାର ଆଶଙ୍କା ଦେଖାଯାଇଛି ।