ସମ୍ବଲପୁର (ଏଟିଆର ବ୍ୟୁରୋ) : ସମ୍ବଲପୁର ବୁର୍ଲ୍ଲା ମେଡିକାଲରେ ଅଗ୍ନିକାଣ୍ଡ ହୋଇଛି । ମେଡିକାଲର ଡାଇଲସିସି ରୁମରେ ଅଗ୍ନିକାଣ୍ଡ ହୋଇଥିବା ସୂୂଚନା ମଳିଛି । ରୁମରେ ଏକ ବ୍ୟାଟେରି ଫାଟି ଯିବାରୁ ପୁରା ଘର ସାରା ଧୂଆଁ ହୋଇଯାଇଥିଲା । ଏହି ଅଗ୍ନିକାଣ୍ଡରେ କାହାର କୌଣସି କ୍ଷତି ହୋଇନଥିବା ଜଣା ପଡିଛି । ଅଗ୍ନିଶମ ବିଭାଗ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।
ସର୍ଟ ସର୍କିଟ ଯୋଗୁ ନିଆଁ ଲାଗିଥିବା ଜଣା ପଡିଛି । ଅଗ୍ନିକାଣ୍ଡ ସମୟରେ କୌଣସି ରୋଗୀ ଏହି ରୁମରେ ସେତେବେଳେ ନଥିଲେ । ରୁମର ବ୍ୟାଟେରି ଗୁଡିକ ଫାଟିଯିବା ସହିତ ପୁରା ରୁମ ସାରା କଳା ହୋଇଯାଇଛି । କୁହାଯାଉଛି ବ୍ୟାଟେରି ଗୁଡକି ବହୁତ ପୁରୁଣା ହୋଇଥିବାରୁ ସେ ଗୁଡିକ ଅଧିକ ଲୋଡ ନ ନେଇ ପାରିବାରୁ ଏଭଳି ଅଭାବନୀୟ ଘଟଣା ଘଟିଛି ।
ଆଜି ସକାଳ ୭ ଟା ବେଳେ ଏହି ଘଟଣା ଘଟିଛି । ବ୍ୟାଟେରି ରୁମ ପାଖରେ ଆଇସିୟୁ ରୁମ ରହିଥିଲା । ସୌଭାଗ୍ୟରୁ ନିଆଁକୁ ଠିକ ସମୟ ମଧ୍ୟରେ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଆୟତ୍ତ କରି ନେଇଥିଲେ । ଏକ ବଡ ଧରଣର ଅଗ୍ନିକାଣ୍ଡରୁ ବୁର୍ଲ୍ଲା ମେଡିକାଲ ଅଳ୍ପକେ ବର୍ତ୍ତି ଯାଇଛି ।