ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କୌଣସି ଇମରଜେନ୍ସି ହେଲେ ତିନି ନମ୍ବର ବିଶିଷ୍ଟ ନମ୍ବର୧୦୦, ୧୦୧ ଏବଂ ୧୦୨ ଡାଏଲ କରିବାକୁ ପଡୁଥିଲା । ମାତ୍ର ଏବେ ଇମରଜେନ୍ସି ସ୍ଥିତିରେ ଜରୁରୀକାଳୀନ ସହାୟତ ପାଇଁ ବୁଧବାର ଦିଲ୍ଲୀ ପୋଲିସ ପକ୍ଷରୁ ସିଙ୍ଗଲ ଇମରଜେନ୍ସି ହେଲ୍ପଲାଇନ ନମ୍ବର ୧୧୨ ଲଞ୍ଚ କରାଯାଇଛି ।
ଏହି ନମ୍ବର ବୁଧବାର ଠାରୁ କାମ କରିବା ଆରମ୍ଭ କରିଦେଇଛି । ଏହି ହେଲ୍ପଲାଇନ ନମ୍ବର ଆରମ୍ଭ ହେବା ପୂର୍ବରୁ ଆପଣଙ୍କୁ ପୋଲିସ ସହାୟତା ପାଇଁ ୧୦୦ ନମ୍ବର,ହସ୍ପିଟାଲ ପାଇଁ ୧୦୮, ମହିଳା ହେଲ୍ପଲାଇନ ନମ୍ବର ୧୦୯୦ ଏବଂ ଫାୟର ଷ୍ଟେସନ ପାଇଁ ୧୦୧ ଡାଏଲ କରିବାକୁ ପଡୁଥିଲା ।
କିନ୍ତୁ ଏବେ ଆଉ ଆପଣଙ୍କୁ ଏହି ସମସ୍ତ ନମ୍ବର ଡାଏରୀରେ ଲେଖି ମନେ ରଖିବା ଆବଶ୍ୟକ ନାହିଁ । ଏବେ ଏହି ସମସ୍ତ ସୁବିଧା ଆପଣଙ୍କୁ କେବଳ ୧୧୨ ନମ୍ବର ଡାଏଲ କରିବା ଦ୍ୱାରା ମିଳିଯିବ ।
ଏହି ସିଙ୍ଗିଲ ଇମରଜେନ୍ସି ନମ୍ବର ସେବା ଉତ୍ତର ପ୍ରଦେଶ , ଉତ୍ତରାଖଣ୍ଡ, ପଞ୍ଜାବ, ରାଜସ୍ଥାନ, ମଧ୍ୟପ୍ରଦେଶ, ତାମିଲନାଡୁ, କେରଳ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଏବଂ କେନ୍ଦ୍ରଶାସିତ ପ୍ରଦେଶରେ ଲାଗୁ କରାଯାଇଛି । ଏହାସହିତ ଏହି ନମ୍ବର ହିମାଚଳ ଏବଂ ନାଗାଲାଣ୍ଡରେ ବି ଚାଲୁ ହୋଇଛି ।