ରାଉରକେଲା ( ଏଟିଆର ବ୍ୟୁରୋ) : ରାଉରକେଲା ସ୍ମାର୍ଟ ସିଟି ପାଇଁ ଆସୁଥିବା ଅର୍ଥ ଖର୍ଚ୍ଚ ହୋଇ ପାରୁନଥିବାରୁ ତାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ମାଧ୍ୟମରେ ଅବଗତ କରାଇଛନ୍ତି । କେବଳ ମୁଖ୍ୟମନ୍ତ୍ରୀଙ୍କୁ ନୁହେଁ କେନ୍ଦ୍ର ସହରାଞ୍ଚଳ ମନ୍ତ୍ରୀଙ୍କୁ ମଧ୍ୟ ଧର୍ମେନ୍ଦ୍ର ପତ୍ର ମାଧ୍ୟମରେ ଜଣାଇଛନ୍ତି ।
ସୂଚନାଯୋଗ୍ୟ ସ୍ମାର୍ଟ ସିଟିର ବିକାଶ ପାଇଁ ୨୦୧୫ – ୧୬ ରୁ ୨୦୧୭-୧୮ ମଧ୍ୟରେ ୩୭୬ କୋଟି ଟଙ୍କା ଅର୍ଥ ଆସିଥିବା ବେଳେ ମାତ୍ର ଖର୍ଚ୍ଚ ହୋଇଛି ୨୨.୨୩ କୋଟି ଟଙ୍କା । ଯାହା ସବୁଠାରୁ ଚିନ୍ତାର ବିଷୟ ପାଲଟିଛି । ସୂଚନା ଆଇନ ବଳରେ ମିଳିଥିବା ତଥ୍ୟରୁ ଏହି ସାଂଘାତିକ ସତ ମିଳିଛି । ଯାହାକୁ ଭିତ୍ତି କରି କେନ୍ଦ୍ରମନ୍ତ୍ରୀ ଗଭୀର ଚିନ୍ତା ପ୍ରକଟ କରିବା ସହିତ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ।