ପୁରୀ(ଏଟିଆର ବ୍ୟୁରୋ): ସୁପ୍ରିର୍ମ କୋର୍ଟଙ୍କର ନିର୍ଦ୍ଦେଶ କ୍ରମେ ଗତକାଲି ଠାରୁ କୃଷ୍ଣପ୍ରସାଦ ଠାରୁ ଅ।ରମ୍ଭ କରାଯାଇଛି ବେଆଇନ ଚିଙ୍ଗୁଡି ଚାଷ ଉଚ୍ଛେଦ ପ୍ରକ୍ରିୟା । ଏହାକୁ ବିରୋଧ କରି ଦ୍ୱୀପାଞ୍ଚଳ ମତ୍ସ୍ୟଜୀବି ମହାସଂଘ ପକ୍ଷରୁ ଗତ ଦୁଇ ଦିନ ଧରି ଉଚ୍ଛେଦ ପ୍ରକ୍ରିୟାକୁ ବିରୋଧ କରାଯାଉଛି । ତେବେ ଆଜି ସକାଳୁ କୃଷ୍ଣପ୍ରସାଦ ତହସିଲଦାର ଅଫିସ ସମ୍ମୁଖରେ ଶହ ଶହ ଦ୍ୱୀପାଞ୍ଚଳ ମତ୍ସ୍ୟଜୀବି ମହାସଂଘର ସଦସ୍ୟ ଏକାଠି ହୋଇ ତହସିଲଦାର ଅଫିସକୁ ଘେରାଉ କରିବା ସହ ଉଚ୍ଛେଦ ପ୍ରକ୍ରିୟାକୁ ବିରୋଧ କରିଛନ୍ତି ।
ଏହା ସହ ଆଜି ତହସିଲଦାରଙ୍କ ଗାଡିକୁ ଉଚ୍ଛେଦ ପ୍ରକ୍ରିୟା ପାଖକୁ ଯିବାକୁ ଦେଇ ନଥିଲେ । ଅନ୍ୟପଟେ ହାଇକୋର୍ଟର ନିର୍ଦ୍ଦେଶ ଦେଇଥିବାରୁ ବେଆଇନ ଚିଙ୍ଗୁଡି ପ୍ରକ୍ରିୟା ଉଚ୍ଛେଦ ପ୍ରକ୍ରିୟା ବନ୍ଦ ହେବ ନାହିଁ ବୋଲି ତହସିଦାର ଜିତେନ୍ଦ୍ର ନାୟକ କହିଛନ୍ତି । ସେପଟେ ଦ୍ୱୀପାଞ୍ଚଳ ମତ୍ସ୍ୟଜୀବି ମହାସଂଘ ପକ୍ଷରୁ କହାଯାଇଛି ଯେ, ଯଦି ଉଚ୍ଛେଦ ପ୍ରକ୍ରିୟା ବନ୍ଦ କରାନ ଯାଏ ତେବେ ଏହି ଆନ୍ଦୋଳନ ଆହୁରି ତୀବ୍ର କରାଯିବ ବୋଲି ଚେତାବନୀ ଦିଆଯାଇଛି ।