କୋରାପୁଟ (ଏଟିଆର ବ୍ୟୁରୋ): ଆଜି କୋରାପୁଟ ଜିଲ୍ଲାର ଖାଲି ପଡିଥିବା ଦୁଇଟି ଜିଲ୍ଲା ପରିଷଦ ପଦ ପାଇଁ ଉପନିର୍ବାଚନ ଆରମ୍ଭ ହୋଇଯାଇଛି । ପଟାଙ୍ଗ ଓ ଦଶମନ୍ତପୁର ଜିଲ୍ଲାରେ ଖାଲି ପଡିଥିବା ୨ଟି ଜିଲ୍ଲା ପରିଷଦ ଆସନ ପାଇଁ ଏହି ଉପନିର୍ବାଚନ ହେଉଛି। ଏହି ଉପନିର୍ବାଚନରେ ପଟାଙ୍ଗର ୭ଟି ପଞ୍ଚାୟତର ୭୯ଟି ବୁଥରେ ନିଜର ମତଦାନ ଦେବାକୁ ଥିବା ବେଳେ ଦଶମନ୍ତପୁର ବ୍ଳକର ୮ଟି ପଞ୍ଚାୟତର ୯୧ଟି ବୁଥର ନିଜ ନିଜର ମତଦାନ ସାବ୍ୟସ୍ତ କରିବେ ।
ତେବେ ୧୭୦ଟି ବୁଥ ମଧ୍ୟରୁ ୨ଟି ସମ୍ବେନ୍ଦନଶୀଳ ବୁଥ ରହିଛି । ଏହାକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ଫୋସ ମୁତୟନ କରାଯାଇଛି । ପଟାଙ୍ଗର ଜିଲ୍ଲା ପରିଷଦ ସଭ୍ୟ ଡୁମୁରୀ ଖିଲ ଓ ଦଶମନ୍ତପୁରରେ ପ୍ରଭୁ ଜାନୀ ବିଧାୟକ ଭାବେ ନିର୍ବାଚିତ ହେବା ହେବା ଫଳରେ ଜିଲ୍ଲା ପରିଷଦର ଆସନ ଖାଲି ପଡିଥିଲା । ଭୋଟରମାନେ ଶୀତ କାକକୁ ଖାତିର ନକରି ଭୋଟ ଦେବା ପାଇଁ ବୁଥକୁ ଆସୁଥିବା ଦେଖିବାକୁ ମିଳୁଛି । ତେବେ ନିର୍ବାଚନର ଫଳାଫଳ ଆସନ୍ତାକାଲି ଭୋଟଗଣତି ପରେ ଜଣାପଡିବ ।