ନୂଆଦିଲ୍ଲୀ ( ଏଟିଆର ବ୍ୟରୋ): ପାକିସ୍ତାନକୁ ସବୁ ଆଡୁ ଝଟକା ଲାଗିବା ପରେ ପାକିସ୍ତାନ କେତେବେଳେ କଣ କହୁଛି ସେ ନିଜେ ମଧ୍ୟ ଜାଣିପାରୁ ନାହିଁ । କେତେବେଳେ ପାକିସ୍ତାନ ମନ୍ତ୍ରୀ ଏଇ ନିକଟରେ ଭାରତ ସହିତ ଯୁଦ୍ଧ କରିବ ବୋଲି କହୁଥିବା ବେଳେ ଏପଟେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଏବେ କହିଲେଣି ଆମେ ପୂର୍ବରୁ ଜାଣିଥିଲୁ ଭାରତ ଏୟାର ଷ୍ଟ୍ରାଇକ କରିବ ବୋଲି । ପୂର୍ବରୁ ପାକିସ୍ତାନ ବାଲାକୋଟ ଉପରେ ହୋଇଥିବା ଏୟାର ଷ୍ଟ୍ରାଇକକୁ ଅସ୍ୱୀକାର କରି ଆସୁଥିବା ଇମ୍ରାନ ଏବେ ଏହାକୁ ସ୍ୱୀକାର କରିଛନ୍ତି ।
ଏସିଆ ଶୋସାଇଟିର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଇମ୍ରାନ କହିଛନ୍ତି ଭାରତ ପାକିସ୍ତାନ ଉପରେ ଏୟାର ଷ୍ଟ୍ରାଇକ କରିବ ବୋଲି ଆମେ ପୂର୍ବରୁ ଜାଣଥିଲୁ । ଆମେ ଆମ ରାଡାର ମାଧ୍ୟମରେ ସୂଚନା ପାଇଥିଲୁ । ଆମେ ମଧ୍ୟ ସେତେବେଳେ ଭାରତ ଉପରେ ବୋମା ବର୍ଷା କରି ପାରିଥାନ୍ତୁ । ମାତ୍ର ଏହା ଦ୍ୱାରା ବିବାଦ ବଢିଥାନ୍ତା । ସକାଳ ତିନିଟା ବେଳେ ମୋତେ ସେନା ମୁଖ୍ୟ ଏନେଇ ସୂଚନା ଦେଇଥିଲେ । ମୁଁ ସେତେବେଳେ କହିଥିଲି ସକାଳ ହେଉ ଆମେ ଦେଖିବା ଆମର କଣ କ୍ଷୟକ୍ଷତି ହୋଇଛି । ପରେ ଆମେ ଦେଖିଲୁ ଆମର ସେମିତି ବିଶେଷ କିଛି କ୍ଷୟକ୍ଷତି ହୋଇ ନାହିଁ ।
ସେ ଆହୁରି ମଧ୍ୟ କହିଛନ୍ତି ଯଦି ଆମେ କାର୍ଯ୍ୟାନୁଷ୍ଠାନ ନେଇଥାନ୍ତୁ ତେବେ ସେମାନେ ଆମ ଉପରେ କାର୍ଯ୍ୟାନୁଷ୍ଠାନ ନେଇଥାନ୍ତେ । ସୂଚନାଯୋଗ୍ୟ ଗତ ଫେବୃଆରି ୧୪ ରେ ପୁଲୱାମାରେ ଆଇଡି ବିଷ୍ପୋରଣରେ ଭାରତର ୪୦ ଜଣ ସିଆପିଏଫ ଜବାନଙ୍କର ମୃତ୍ୟୁ ହୋଇଥିଲା । ଯାହାର ଠିକ ୧୨ ଦିନ ପରେ ପାକିସ୍ତାନର ବଲାକୋଟ ଆତଙ୍କୀ ଶିବିର ଉପରେ ଏୟାର ଷ୍ଟ୍ରାଇକ କରିଥିଲା ଭାରତ ।