ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜି ଋଷରେ ପହଁଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭ୍ଲାଦିବୋସ୍ତକ ରେ ପ୍ରତିନିଧିମଣ୍ଡଳ ସ୍ତରର ଆଲୋଚନା କରିଛନ୍ତି । ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କୁ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି କି ପୂର୍ବ ଆର୍ଥିକ ମଞ୍ଚ ପାଇଁ ଆପଣଙ୍କ ନିୟନ୍ତ୍ରଣ ମୋ ପାଇଁ ସମ୍ମାନର ବିଷୟ । ଏହା ଦୁଇ ଦେଶ ମଧ୍ୟରେ ସମର୍ଥକଙ୍କୁ ନୂତନ ରାସ୍ତା ଦେଖାଇବାର ଐତିହାସିକ ଅବସର ।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି କି, ମୋତେ ଋଷର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରିବା ପାଇଁ ଆପଣ ଘୋଷଣା କରିଛନ୍ତି । ସେଥିପାଇଁ ଆପଣଙ୍କୁ ଏବଂ ଋଷ ବାସୀଙ୍କୁ କୃତଜ୍ଞତା ଜଣାଉଛି । ଏହା ଆମ ଦୁଇ ଦେଶ ମଧ୍ୟରେ ବନ୍ଧୁତାକୁ ଦର୍ଶାଉଛି । ଏହାସହିତ ଏହା ୧୩୦ କୋଟି ଭାରତୀୟଙ୍କ ପାଇଁ ସମ୍ମାନର ବିଷୟ ।
ସେ ଆହୁରୀ ମଧ୍ୟ କହିଛନ୍ତି କି ଋଷ,ଭାରତର ଅଭିନ୍ନ ବନ୍ଧୁ ଏବଂ ଭରଷାଯୋଗ୍ୟ ପାର୍ଟନର । ଆପଣ ଆମର ବିଶେଷ ଏବଂ ବିଶେଷାଧିକାର ପ୍ରାପ୍ତ ରଣନୀତିଜ୍ଞ ବିସ୍ତାରକୁ ନେଇ ବ୍ୟକ୍ତିଗତ ରୂପେ ଧ୍ୟାନ କେନ୍ଦ୍ରିତ କରିଛନ୍ତି । ଆମେ ଦୁହେଁ ଅଭିନ୍ନ ବନ୍ଧୁ ଏବଂ ଅନେକ ପ୍ରସଙ୍ଗକୁ ନେଇ ଟେଲିଫୋନ୍ ଯୋଗେ କଥାବାର୍ତ୍ତା ମଧ୍ୟ ହେଇଛୁ ଏନେଇ ଆମ ଭିତରେ କୌଣସି ଅସୁବିଧା ନାହିଁ ।
ସୂଚନାଯୋଗ୍ୟ, ଦୁଇ ଦିନିଆ ଗସ୍ତରେ ଋଷରେ ପହଁଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଭ୍ଲାଦିବୋସ୍ତକରେ ଋଷର ରାଷ୍ଟ୍ରପତି ମ୍ଲାଦି ପୁତିନଙ୍କ ସହ ସାହାକ୍ଷ କରିଛନ୍ତି ମୋଦି । ଏହି ଅବସରରେ ଦୁଇ ନେତାଙ୍କ ମଧ୍ୟରେ ଅନେକ ପ୍ରସଙ୍ଗକୁ ନେଇ ଆଲୋଚନା ହେବାର ସମ୍ଭାବନା ରହିଛି ।