ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସାର୍କ ଦେଶରେ ବିଦେଶ ମନ୍ତ୍ରୀଙ୍କ ବୈଠକ ଅବସରରେ ଗୁରୁବାର ବିଦେଶ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ଉଦଘାଟନ ସମ୍ବୋଧନରୁ ପାକ୍ ବିଦେଶମନ୍ତ୍ରୀ ଶାହ ମହମୁଦ କ୍ୟୁରେଶି ଗାୟବ ଥିବା ନଜର ଆସିଛି । ନିଜ ପକ୍ଷରୁ କ୍ୟୁରେଶି ଭାରତ ସହ ବୟକଟ ର ପନ୍ଥା ଆପଣାଇଛନ୍ତି ।
ଏନେଇ ପାକିସ୍ତାନ ତହରିଫ-ଏ-ଇଂସାଫ କହିଛନ୍ତି କି କାଶ୍ମୀରରୁ ପ୍ରତିବନ୍ଧ ହଟା ଯିବା ପର୍ଯ୍ୟନ୍ତ ଭାରତ ସହିତ ତାଙ୍କ ଦେଶ କୌଣସି ପ୍ରକାରର ସମ୍ବନ୍ଧ ରଖିବ ନାହିଁ ।
ଦକ୍ଷିଣ ଏସିଆ କ୍ଷେତ୍ରୀୟ ସହଯୋଗ ସଂଗଠନ (ସାର୍କ) ର ବୈଠକରେ ପାକିସ୍ତାନ ବିଦେଶ ମନ୍ତ୍ରୀ କ୍ୟୁରେଶି ଅନୁପସ୍ଥିତ ରହି ଏହି ସଂକେତ ଦେଇଛନ୍ତି । ଏସ ଜୟଶଙ୍କରଙ୍କର ଉଦଘାଟନ ସମ୍ବୋଧନ ଶେଷ ହେବା ପରେ କ୍ୟୁରେଶି ବୈଠକରେ ପୁଣି ସାମିଲ ହୋଇଥିଲେ ।, ବୈଠକରେ ବିଳମ୍ବରେ ପହଁଚିବାର କାରଣ କ୍ୟୁରେଶିଙ୍କୁ ପଚରା ଯିବାରୁ ସେ କହିଛନ୍ତି କାଶ୍ମୀର ଉପରେ ବିରୋଧ ଜତାଇବା ପାଇଁ ଭାରତୀୟ ମନ୍ତ୍ରୀଙ୍କ ସହ ବସିବାକୁ ଚାହୁଁନଥିଲେ ।
ଏନେଇ ଯେତେବେଳେ ଜୟଶଙ୍କରଙ୍କୁ ପ୍ରତିକ୍ରିୟା ମଗାଗଲା ଯେ ଏହାକୁ ଏଡାଇ ଦେଇଥିଲେ । ଖବରମୁତାବକ, ସାର୍କ ବୈଠକରେ ଭାରତ, ପାକିସ୍ତାନ, ଅଫଗାନିସ୍ତାନ, ନେପାଳ, ଭୁଟାନ, ମାଳଦୀପ ଏବଂ ବାଂଲାଦେଶ ସାମିଲ ଅଛନ୍ତି ।