ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ନିର୍ବାଚନୀ ବର୍ଷରେ ଦିଲ୍ଲୀ ସରକାର ଏକ ବଡ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି କି ଏବେ ୨୦୦ ୟୁନିଟ ଯାଏଁ ବିଦ୍ୟୁତ୍ ପାଇଁ କୌଣସି ବିଲ୍ ଆସିବ ନାହିଁ ।
ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ଅରବିନ୍ଦ କେଜ୍ରିୱାଲ ଏହି ଘୋଷଣା କରିଛନ୍ତି । ସେ ପ୍ରଥମରେ ବିଦ୍ୟୁତ୍ କ୍ଷେତ୍ରରେ ନିଜ ସରକାରଙ୍କ ଚାରି ବର୍ଷର ଉପଲବ୍ଧି ବିଷୟରେ ଜଣାଇଥିଲେ । ଏହାପରେ ସେ ଘୋଷଣା କରିଥିଲେ କି ଯେଉଁ ଉପଭୋକ୍ତା ମାସକରେ ୨୦୦ ୟୁନିଟ୍ ଯାଏଁ ବିଦ୍ୟୁତ ବ୍ୟବହାର କରିଥିବେ ସେମାନଙ୍କୁ ବିଦ୍ୟୁତ୍ ବିଲ ଦେବାକୁ ପଡିବ ନାହିଁ ।
ଏହାକୁ ଘୋଷଣା କରି ସେ କହିଛନ୍ତି କି ପୂର୍ବରୁ ୨୦୦ ୟୁନିଟ ବିଦ୍ୟୁତ୍ ପାଇଁ ଲୋକଙ୍କୁ ୬୨୨ ଟଙ୍କା ଦେବାକୁ ପଡୁଥିଲା । କିନ୍ତୁ ତାହାକୁ ଏବେ ମାଗଣା କରାଯାଇଛି । ୨୦୧ ରୁ ୪୦୦ ୟୁନିଟ୍ ବିଦ୍ୟୁତ୍ ପାଇଁ ଆପଣଙ୍କ ବିଲ ପାଖାପାଖି ୫୦ ପ୍ରତିଶତ ହ୍ରାସ ହେବ । ଯେପରିକି ୨୫୦ ୟୁନିଟ୍ ପାଇଁ ୮୦୦ ଟଙ୍କା ଦେବାକୁ ପଡିଥିଲା ଏବେ କେବଳ ୨୫୨ ଦେବାକୁ ପଡିବ । ୩୦୦ ୟୁନିଟ୍ ପାଇଁ ୯୭୧ ଟଙ୍କା ଦେବାକୁ ପଡୁଥିଲା ଏବେ ୫୨୬ ଟଙ୍କା ଦେବାକୁ ପଡିବ । ୪୦୦ ୟୁନିଟ୍ ପାଇଁ ଯେଉଁଠି ଦିଲ୍ଲୀବାସୀ ୧୩୨୦ ଦେଉଥିଲେ ଏବେ କେବଳ ସେମାନଙ୍କୁ ୧୦୭୫ ଟଙ୍କା ଦେବାକୁ ପଡିବ । ଦିଲ୍ଲୀ ସରକାରଙ୍କ ଏହି ନିଷ୍ପତି ମଧ୍ୟମ ବର୍ଗର ଲୋକଙ୍କ ପାଇଁ ଫାଇଦା ହେବ ।