ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଆସନ୍ତା ଅକ୍ଟୋବର ୨ ତାରିଖରେ ସାରା ଦେଶ ପାଳିବ ମହାତ୍ମା ଗାନ୍ଧୀଙ୍କର ୧୫୦ ତମ ଜନ୍ମ ଜୟନ୍ତୀ । ଯାହାକୁ ନେଇ ଏବେ ଠାରୁ ଆରମ୍ଭ ହୋଇ ଗଲାଣି ଉତ୍ସାହ । ତେବେ ଏହି ଅବସରରେ ଆସନ୍ତୁ ଜାଣିବା ମହାତ୍ମା ଗାନ୍ଧୀଙ୍କ ବିଷୟରେ କିଛି ଅଜଣା କଥା-
୨୦୦ ବର୍ଷର ଇଂରେଜ ମାନଙ୍କ କବଳରୁ ଭାରତ ସ୍ୱାଧୀନତା ପାଇବାରେ ଜାତିର ପିତା ମହାତ୍ମାଗାନ୍ଧୀଙ୍କର ପ୍ରମୁଖ ଭୂମିକା ରହିଛି । ଯେଉଁଥି ପାଇଁ ପୁରା ଦେଶ ମହାତ୍ମା ଗାନ୍ଧୀଙ୍କୁ ଜାତିର ପିତା ବୋଲି ମାନିଥାଏ ।
ଆମ ଭାରତରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂତ୍ତି ଓ ଫଟୋ ରଖି ପୂଜା କରିଥାଉ । କେବଳ ଆମ ଦେଶ ନୁହେଁ ଗାନ୍ଧୀଜିଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଅନେକ ବଡବଡ ଦେଶ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂତ୍ତିକୁ ନିଜ ଦେଶରେ ସ୍ଥାନ ଦେଇଛନ୍ତି । ସେଥି ମଧ୍ୟରୁ ଆମେରିକା ସବୁଠାରୁ ଆଗରେ । କାରଣ ଭାରତ ପରେ ଆମେରିକାରେ ମହାତ୍ମାଗାନ୍ଧୀଙ୍କ ଅଧିକ ପ୍ରତିମୂର୍ତ୍ତି ରହିଛି । ୧୯୮୬ ମସିହାରେ ନ୍ୟୁୟର୍କର ଲୋକପ୍ରିୟ ସିଟି ସ୍କାୟର ପାର୍କରେ ପ୍ରଥମ କରି ମହାତ୍ମା ଗାନ୍ଧୀଙ୍କ ବଡ ପ୍ରତିମା ଛିଡା ହୋଇଥିଲା ।
ଅଟଲାଟାରେ ଗାନ୍ଧୀ ଫାଉଣ୍ଡେସନ ନାମରେ ଏକ ସଂଗଠନ କେତେକ ସ୍ଥାନରେ ଗାନ୍ଧୀଜିଙ୍କର ପ୍ରତିମା ଲଗାଇବା ଦିଗରେ ଏବେ ବି କାମ କରୁଛନ୍ତି । ୨୦୧୩ ମସିହାରେ ଏହି ଅନୁଷ୍ଠାନକୁ ପ୍ରବାସୀ ଭାରତୀୟ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଆମେରିକାରେ ମଧ୍ୟ ହଜାର ହଜାର ଲୋକ ଗାନ୍ଧୀଜିଙ୍କ ନୀତିରେ ଅନୁପ୍ରାଣିତ ଲୋକ ରହିଛନ୍ତି । ସେହିଭଳି ଆମେରିକାରେ ଭାରତର ଦୂତବାସ ସମ୍ମୁଖରେ ମୋଦିଙ୍କର ଏକ ପ୍ରତିମା ରହିଛି ।
ଯାହାର ଅନାବରଣ ୨୦୦୦ ମସିହା ୧୬ ସେପ୍ଟେମ୍ବରରେ ତକ୍ରାଳିନ ଭାରତର ପ୍ରଧାନମନ୍ତ୍ରୀ ଅଟଳ ବିହାରି ବାଜପେୟୀ ଓ ତକ୍ରାଳିନ ଆମେରିକାର ରାଷ୍ଟ୍ରପତି ବିଲ କ୍ଲିଣ୍ଟନ କରିଥିଲେ । ପାଖା ପାଖି ୧୨ ଟାରୁ ଅଧିକ ଗାନ୍ଧିଜୀଙ୍କର ପ୍ରତିମୂର୍ତ୍ତି ରହିଛି । ଆଉ ସବୁଠାରୁ ବଡ କଥା ହେଉଛି ମହାତ୍ମା ଗାନ୍ଧୀ କେବେ ଆମେରିକା ହିଁ ଯାଇ ନାହାନ୍ତି । ମାତ୍ର ଏହି ଦେଶରେ ଗାନ୍ଧିଜୀଙ୍କ ପ୍ରଶଂସକ ଅଧିକ ।