ପୁରୀ (ଏଟିଆର ବ୍ୟୁରୋ): ପୋଲିସ ପ୍ରଶାସନ ଦ୍ୱାରା କିଭଲି ପୋଲିସ ଲୋକ ମାନଙ୍କ ସହ ଭଲ ବ୍ୟବହାର କରିବ ସେଥିପ୍ରତି ଧ୍ୟନ ଦେଉଥିବା ବେଳେ ପୁରୀରେ ଜଣେ ପୋଲିସ କର୍ମଚାରୀ ଜଣେ ସାଧୁଙ୍କ ବେକକୁ ଧରି ଘୋଷାଡି ଘେଷାଡି ନେଉ ଥିବାର ଦୃଶ୍ୟ ସମସ୍ତଙ୍କୁ ଆର୍ଶ୍ଚଯ୍ୟ କରି ପକାଇଛି । ସୁଚନା ଅନୁସାରେ ଗତ କାଲି ସଂନ୍ଧ୍ୟା ସମୟରେ ବଡଆଖଡା ମଠର ଜଣେ ସାଧୁ ମଙ୍ଗୁମଠର ମହନ୍ତକୁ ଦେଖା କରିବା ପାଇଁ ମଠ ପାଖରେ ପହଞ୍ଚିଥିଲେ । ଏହି ସମୟରେ ଜଣେ ପୋଲିସ କର୍ମଚାରୀଙ୍କ ନଜର ସାଧୁଙ୍କ ଉପରେ ପଡିଥିଲା । କର୍ମଚାରୀ ଜଣଙ୍କ ସାଧୁଙ୍କୁ ପଚରାଉଚରା କରି ଜଣିବାକୁ ପାଇଥିଲେ ଯେ ସେ ମଠର ମହନ୍ତଙ୍କୁ ଦେଖା କରିବାକୁ ଆସିଛନ୍ତି ।
ପୋଲିସ କର୍ମଚାରୀ ଜଣଙ୍କ ସାଧୁଙ୍କୁ ମଠ ମହନ୍ତଙ୍କ ସହ ଦେଖା ହୋଇପାରିବନି ବୋଲି କହିଥିଲେ । ଏହା ପରେ ସାଧୁ ଜଣଙ୍କ ମହନ୍ତଙ୍କ ଦେଖା କରିବା ପାଇଁ ଜିଦି କରିଥିଲେ । ଏଥିରେ ପୋଲିସ କର୍ମଚାରୀ ଜଣଙ୍କ ରାଗି ଯାଇ ସାଧୁଙ୍କ ବେଗ ଧରି ତାଙ୍କୁ ଟାଣି ଟାଣି ଥାନାକୁ ନେଇକି ଯାଇଥିଲେ । ତାଙ୍କୁ ସିଂହ ଦ୍ୱାରା ଫାଣ୍ଡିରେ ଅଟକ ରଖାଯାଇଥିବାର ଜଣା ପଡିଛି । ତେବେ ଏହି ଘଟଣାର ଭିଡିଓ ବର୍ତ୍ତମାନ ସେସାଲ ମିଡିଆରେ ଭାଇରାଲ ହେବା ପରେ ଚାରିଆଡୁ ପୋଲିସ ପ୍ରଶାସନକୁ ତୀବ୍ର ନିନ୍ଦା କରାଯାଉଛି । ତେବେ ଏଠି ପ୍ରଶ୍ନ ଉଠୁଛି ଜଣେ ପୋଲିସ କର୍ମଚାରୀ ଜଣେ ସାଧୁଙ୍କ ଉପରେ ଏଭଲି ବ୍ୟବହାର କରିବା କେତେ ଦୂର ଠିକ?