ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜଘାଟ ସ୍ଥିତ ସମାଧୀ ସ୍ଥଳରେ ପହଞ୍ଚି ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ମହାତ୍ମା ଗାନ୍ଧୀଙ୍କ ଅବଦାନକୁ ମନେପକାଇ ପ୍ରଧାନମନ୍ତ୍ରୀ ଏକ ଟ୍ୱିଟ ମଧ୍ୟ କରିଛନ୍ତି । ପ୍ରଧାନମନ୍ତ୍ରୀ ଲେଖିଛନ୍ତି ‘୧୫୦ତମ ଜନ୍ମଦିବସ ଅବସରରେ ପ୍ରିୟତମ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ,ମାନବଜାତି ପ୍ରତି ଚିରନ୍ତନ ଅବଦାନ ନିମନ୍ତେ ଆମେ ତାଙ୍କ ପ୍ରତି କୃତଜ୍ଞତା ଜଣାଉଛୁ।
राष्ट्रपिता महात्मा गांधी को उनकी 150वीं जन्म-जयंती पर शत-शत नमन।
Tributes to beloved Bapu! On #Gandhi150, we express gratitude to Mahatma Gandhi for his everlasting contribution to humanity. We pledge to continue working hard to realise his dreams and create a better planet. pic.twitter.com/4y0HqBO762
— Narendra Modi (@narendramodi) October 2, 2019
ତାଙ୍କର ସ୍ୱପ୍ନକୁ ବାସ୍ତବ ରୂପ ଦେବା ପାଇଁ ଏବଂ ବିଶ୍ୱରେ ଶାନ୍ତି ସ୍ଥାପନ କରିବାକୁ କଠିନ ପରିଶ୍ରମ କରିବାକୁ ଆମେ ପଣ କରୁଛୁ।’ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହଦୂର ଶାସ୍ତ୍ରୀଙ୍କର ଜନ୍ମଦିନ ଅବସରରେ ମଧ୍ୟ ମୋଦି ତାଙ୍କ ସମାଧିସ୍ଥଳରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦି ଆଜିର ଦିନକୁ ଆହୁରି ସ୍ମରଣୀୟ କରିବାକୁ ଆଜି ଠାରୁ ସାରା ଦେଶରୁ ପ୍ଲାଷ୍ଟିକ ବ୍ୟାନ କରିବାକୁ ଆହ୍ୱାନ ଦେଇଛନ୍ତି । ସେହିପରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ମଧ୍ୟ ବାପୁଙ୍କ ସମାଧୀ ସ୍ଥଳରେ ପହଞ୍ଚି ବାପୁଙ୍କ ୧୫୦ ତମ ଜନ୍ମ ଦିନରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।