ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଆସନ୍ତା ୧୫ ତାରିଖରେ ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନ ମନ୍ତ୍ରୀ । ମୋଦି ସେହି ଦିନ ଓଡିଶାରେ ୧୫୫୦ କୋଟି ଟଙ୍କାର ଶିଳାନ୍ୟାସ ଏବଂ ଉଦଘାଟନ କରିବେ ବୋଲି ସୂଚନା ମିଳିଛି । ଏଥି ମଧ୍ୟରେ ରେଳବାଇ,ମାନବ ସମ୍ବଳ,ସଂସ୍କୃତି ଓ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ୧୦ଟି ପ୍ରକଳ୍ପ ମଧ୍ୟ ରହିଛି । ପ୍ରଧାନମନ୍ତ୍ରୀ ଗ୍ରୀନ ସିଗନାଲ ଦେଇ ବଲାଙ୍ଗିର-ବିଛୁପାଲି ରେଳ ଚଳାଚଳର ଶୁଭାରମ୍ଭ କରିବେ । ସେହିଭଳି ୬ଟି ସ୍ଥାନରେ ପୋଷ୍ଟ ଅଫିସ ପାସପୋର୍ଟ ସେବାକୁ ଉଦଘାଟନ କରିବେ । ଏହି ୬ଟି ସ୍ଥାନ ଭିତରେ ରହିଛି ବରଗଡ,ପୁରୀ,କେନ୍ଦ୍ରାପଡା,ଜଗତସିଂହପୁର,ଫୁଲବାଣୀ ଏବଂ ବଲାଙ୍ଗିର ।
ମୋଦିଙ୍କ ଏହି ଗସ୍ତକୁ ମିଶାଇ ମାସେ ମଧ୍ୟରେ ୩ ଥର ହୋଇଯିବ । ଖୋର୍ଦ୍ଧା ଏବଂ ସୁନ୍ଦରଗଡରେ ନିକଟରେ କାର୍ଯ୍ୟକାରିଣୀ ବୈଠକ ଏବଂ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମର ଶୁଭାରମ୍ଭ ମଧ୍ୟ କରିଥିଲେ ପ୍ରଧାନ ମନ୍ତ୍ରୀ । ତେବେ ବାରମ୍ଭାର ଓଡିଶା ଗସ୍ତ ଏବଂ ଓଡିଶା ପ୍ରତି ଏହି ଦରଦକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି । ୨୦୧୯ ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ଓଡିଶା ଭୋଟରଙ୍କ ମନମୋହିବା ପାଇଁ ମୋଦି ବାରମ୍ଭାର ଓଡିଶା ଆସୁଥିବା ଚର୍ଚ୍ଚା ହେଉଛି ।