ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ପଶ୍ଚିମବଙ୍ଗରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ୧୦ ଟି ଜିଲ୍ଲାରେ ହୋଇପାରେ ଘଡଘଡି ବର୍ଷା । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା । ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢ଼େଙ୍କାନାଳ, ଅନୁଗୁଳ, ବୌଦ୍ଧ, ସୋନପୁର, ବଲାଙ୍ଗୀର, ଦେଓଗଡ଼ ଏବଂ ବରଗଡ଼ ଜିଲ୍ଲାରେ ଆଜି ପୟଅପରାହ୍ନ ସୁଦ୍ଧା ପ୍ରବଳ ବର୍ଷା ହେବା ସମେତ ବଜ୍ରାଘାତ ହୋଇପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।
ତେବେ ବର୍ତ୍ତମାନ ଦିନ ୧ ସୁଦ୍ଧା ଭୁବନେଶ୍ୱର ସମେତ ଉପକୂଳ ଓଡିଶାରେ ପାଗ ଶୁଖିଲା ରହିଛି । ଅନ୍ୟପଟେ ପଶ୍ଚିମବଙ୍ଗରେ ହୋଇଥିବା ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା କାଲି ମଧ୍ୟ ବର୍ଷା ହୋଇପାରେ । ତେବେ ଦଶହରା ଦିନ ପାଗ ଶୁଖିଲା ରହିବା ଅନୁମାନ କରାଯାଉଛି ।ଜୁନ ୧ ଠାରୁ ସେପ୍ଟେମ୍ବର ୩୦ ପର୍ୟ୍ୟନ୍ତ ରାଜ୍ୟରେ ୯.୯ପ୍ରତିଶତ ଅଧିକ ବର୍ଷା ହୋଇଛି ।