ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଭିଜିଲାନ୍ସ ହାତମୁଠାରେ ପଡିଛନ୍ତି ଏବେ ଜଣେ କୋଟିପତି କିରାଣୀ । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଯାଜପୁର ଜିଲ୍ଲାର ଚିନ୍ମୟ ବେହେରାଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ପଦରେ ସେ ଜଣେ କିରାଣୀ ହୋଇଥିବା ସତ୍ୱେ କୋଟି କୋଟି ଟଙ୍କା ଆସିଲା କେଉଁଠୁ । ଏନେଇ ଭିଜିଲାନ୍ସ ଛାନ୍ ଭିନ୍ ଚଳାଇଛି ।
ଯାଜପୁର ଜିଲ୍ଲାରେ ଥିବା ଡେପୁଟି ଡାଇରେକ୍ଟର ଅଫ ମାଇନ୍ସ ନାମକ ଏକ କାର୍ଯ୍ୟାଳୟରେ ଚିନ୍ମୟ ଜଣେ କିରାଣୀ ଭାବେ କାମ କରନ୍ତି । ପୂର୍ବରୁ ତାଙ୍କ ନାଁରେ ଅନେକ ଅଭିଯୋଗ ରହିଛି । ଏହା ସହ ସେ ବହୁ ନିତୀ ନିୟମ ଉଲଂଘନ କରି ଆୟ ବର୍ହିଭୁତ ସମ୍ପତ୍ତିର ଜଣେ ମାଲିକ । ଏହି ଖବର ଭିଜିଲାନ୍ସ କାନରେ ପଡିବା ପରେ ଆଜି ସକାଳୁ ଭିଜିଲାନ୍ସର ୫ ଜଣିଆ ଟିମ୍ ଚିନ୍ମୟଙ୍କ ବାସଭବନ ସମେତ ଏକକାଳୀନ ପାଞ୍ଚୋଟି ଜାଗାରେ ଚଢାଉ କରିଛି ।