କଟକ (ଏଟିଆର ବ୍ୟୁରୋ): କଟକ ସନ୍ ହସ୍ପିଟାଲ ଅଗ୍ନକାଣ୍ଡ ଘଟଣାରେ ଅଗ୍ନିଶମ ବିଭାଗ ତଦନ୍ତ ଆରମ୍ଭ କରିଛି । ତଦନ୍ତ ପାଇଁ ଡେପୁଟି ଫାୟାର ଅଫିସରଙ୍କ ନେତୃତ୍ୱରେ ଏକ ଟିମ୍ ଗଠିତ ହୋଇଛି । ଏହି ଟିମ୍ ହସ୍ପିଟାଲ ପରିସରରେ ତଦନ୍ତ ଆରମ୍ଭ କରିଛି । ହସ୍ପିଟାଲରେ କେଉଁ କାରଣରୁ ନିଆଁ ଲାଗିଲା ଏନେଇ ସମସ୍ତ ପ୍ରକରର ଯାଞ୍ଚ କରିବ ଏହି ଟିମ୍ ।
ଗତକାଲି କଟକ ବିଜୁ ପଟ୍ଟନାୟକ ଛକ ନିକଟରେ ଥିବା ସନ୍ ହସ୍ପିଟାଲରେ ନିଆଁ ଲାଗିଯାଇଥିଲା । ଅଚାନକ ହସ୍ପିଟାଲର ଉପର ମହଲା ହୁତୁ ହୁତୁ ହୋଇ ଜଳିବା ଆରମ୍ଭ କରିଥିଲା । କିନ୍ତୁ ନିଆଁ ଚାରିଆଡକୁ ବ୍ୟାପିବା ପୂର୍ବରୁ ସମସ୍ତ ରୋଗୀଙ୍କୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିଲା । ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥରେ ପହଁଚି ନିଆଁକୁ ଆୟତ୍ତ କରିଥିଲେ ।