ଭୁବନେଶ୍ୱର ( ଏଟିଆର ବ୍ୟୁରୋ ) ; ବାତ୍ୟା ତିତଲି ଯୋଗୁ ରାଜ୍ୟରୂ ବିଭିନ୍ନ ଜିଲ୍ଲାରେ ଦେଖାଦେଇଥିବା ବନ୍ୟା ପରିସ୍ଥିତିର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ପୁରାଦମରେ ଲାଗି ପଡିଛନ୍ତି ।
ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଓ ରିଲିଫ କର୍ଯ୍ୟ ଜାରୀ ରହିଛି । ପ୍ରାୟ ୧୪ଟି ଏନଡିଆରଏଫ ଟିମ, ୨୬ଟି ଓଡ୍ରାଫ୍ ଟିମ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଗଞ୍ଜାମରେ ସର୍ବାଧିକ ୮ଟି ଟିମ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ନିୟୋଜିତ ହୋଇଥିବା ବେଳେ ଗଜପତି, ଜଗତସିଂହପୁର ଏବଂ ବାଲେଶ୍ୱର ଜିଲ୍ଲାରେ ୪ଟି ଲେଖାଏଁ ଟିମ ନିୟୋଜିତ ହୋଇଛନ୍ତି । ଗଞ୍ଜାମର ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରେ ଉଦ୍ଧାର ଏବଂ ରିଲିଫ କାର୍ଯ୍ୟ ପାଇଁ ଭାରତୀୟ ନୌସେନାର ଏକ ହେଲିକାପ୍ଟର ନିୟୋଜିତ ହୋଇଛି ।
ଏହାସହ ବାତ୍ୟା କିମ୍ବା ବନ୍ୟାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାର ବର୍ଗଙ୍କୁ ୪ଲକ୍ଷ ଟଙ୍କାର ସହାୟତା ରାଶି ଦେବେ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଗତ କାଲି ଗଞ୍ଜାମ ଜିଲ୍ଲାରେ ମାଟି ଅତଡା ଖସି ୧୨ଜଣ ମୃତ୍ୟୁ ବରଣ କରିଛନ୍ତି । ଏ ସଂପର୍କରେ ଜିଲ୍ଲାପାଳଙ୍କୁ ରିପୋର୍ଟ ମଗାଯାଇଛି । ରିପୋର୍ଟ ଆସିବା ପରେ ତୁରନ୍ତ ସହାୟତା ରାଶି ଦିଆଯିବ ବୋଲି କହିଛନ୍ତି ଚିଫ୍ ସେକ୍ରେଟାରୀ ଆଦିତ୍ୟ ପ୍ରଶାଦ ପାଢ଼ି ।
ଏହାସହ ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଥିବା ତିତଲି ଏବେ କେନ୍ଦୁୁଝର ଠାରୁ ୮୦ କିମି ଦୂର ଦକ୍ଷୀଣରେ ରହିଛି । ଆଗାମୀ ୧୮ ଘଣ୍ଟା ମଧ୍ୟରେ ଏହା ସୁଦୃଶ୍ୟ ଲଘୁଚାପରେ ପରିଣତ ହେବ । ଯାହାଫଳରେ ଆଗାମୀ ୧୨ ଘଣ୍ଟା ମଧ୍ୟରେ ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ଯାଜପୁର, କେନ୍ଦ୍ରାପଡା ଏବଂ ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଫଳରେ ବୈତରଣୀ ନଦୀରେ ବନ୍ୟା ଆଶଙ୍କା କରାଯାଉଛି ।
ଗଜପତିରେ ବିଦ୍ୟୁତ ସେବା ସ୍ୱାଭାବିକ ହେବାକୁ ଆଉ ୭ଦିନ ସମୟ ଲାଗିବ ବୋଲି ଜଣା ପଡିଛି । ଗଞ୍ଜାମର ଆସିକା ଓ ପୁରୁଷୋତ୍ତମପୁରରେ ଅଧିକ କ୍ଷୟକ୍ଷତି ହୋଇଛି । ଆଜି ସନ୍ଧ୍ୟାସୁଦ୍ଧା ଏହି ଜିଲ୍ଲାର କିଛି ଅଞ୍ଚଳରେ ବିଦ୍ୟୁତ ସେବା ସ୍ୱାଭାବିକ ହେବ, ଗ୍ରାମାଞ୍ଚଳରେ ନଳକୂପ ଗୁଡିକୁ କାର୍ଯ୍ୟକ୍ଷମ କରାଯାଇଛି, ବ୍ଲକ ମୁଖ୍ୟାଳୟରେ ଜେନେରେଟର ସାହାର୍ଯ୍ୟରେ ପାଣି ଯୋଗାଯାଉଛି ବୋଲି କହିଛନ୍ତି ଶ୍ରୀ ପାଢ଼ୀ ।
JUST IN
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ଭବାନୀପାଟଣା | 26 Apr 2024
-
ଓଡିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଆଜି ଶେଷ ଦିନ | 25 Apr 2024
-
ସକାଳ ସାଢେ ୮ ସୁଦ୍ଧା ୩୬ ଡିଗ୍ରୀ ଛୁଇଁଲା ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ଅନୁଗୁଳ | 25 Apr 2024
-
ପ୍ରକାଶ ପାଇଲା ଜେଇଇ ମେନ୍ ପେପର-୧ ପରୀକ୍ଷା ଫଳ | 25 Apr 2024
-
ନିର୍ବାଚନ ପାଇଁ ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | 24 Apr 2024
-
ଦିନ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 24 Apr 2024
-
ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ପାଇଁ ଆରମ୍ଭ ପ୍ରସ୍ତୁତି | 23 Apr 2024
-
ମା’ ମଙ୍ଗଳାଙ୍କ ପୀଠରେ ଝାମୁଯାତ୍ରା, ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେଉଛନ୍ତି ମା’ | 23 Apr 2024
-
ଦିନ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ବାଲେଶ୍ୱର ଉତ୍ତପ୍ତ ସହର | 23 Apr 2024
-
୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି | 22 Apr 2024
-
ଆଜି ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ ବିଜେଡି | 22 Apr 2024