ନୁଆଦିଲ୍ଲୀ ( ଏଟିଆର ବ୍ୟୁରୋ): ପୁଣି ପାକିସ୍ତାନର ଅସଲ ଚେହେରା ପଦାରେ ପଡିଲା । ଆତଙ୍କବାଦ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପ୍ରତିବଦ୍ଧତାକୁ ଭୁଲି ଯାଇଛି ପାକିସ୍ତାନ । ଏନେଇ ଆତଙ୍କବାଦ ଫଣ୍ଡିଙ୍ଗ ଉପରେ ନଜର ରଖୁଥିବା ସଂସ୍ଥା ଫାଇନାନସିଆଲ ଆକ୍ସନ ଟାସ୍କ ଫୋର୍ସ ( ଏଫଏଟିଏଫ) ଖୁଲାସା କରିଛି । ଏହି ରିପୋର୍ଟ ଅନୁସାରେ ପାକିସ୍ତାନ ସଂଯୁକ୍ତ ରାଷ୍ଟ୍ର ସହିତ କରିଥିବା ଚୁକ୍ତି ଅନୁସାରେ ଆତଙ୍କବାଦଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ କରିନାହିଁ ।
ଆତଙ୍କବାଦ ବିରୋଧରେ ହୋଇଥିବା ଏହି ଚୁକ୍ତିରେ ୧୦ ଟି ମାନଦଣ୍ଡରୁ ୯ ଟିରେ ଫେଲ ମାରିଛି ପାକିସ୍ତାନ । ଆତଙ୍କବାଦୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହୋଇଥିବା ଏହି ଚୁକ୍ତିରୁ କୌଣସି ଗୋଟିଏକୁ ବି ସୂଚାର ରୂପେ ପାଳନ କରିନି ଏହି ଦେଶ । ଲସ୍କର ଇ ତୋଇବା, ଜମାତ ଉଦ ଦାୱା, ଫଲୱ ଏ ଇନସାନିୟତ ଭଳି ସଂଗଠନ ସମେତ ହାପିଜ ସଇଦ, ମସୁଦ ଅଝହର ଭଳି ହାଇ ପ୍ରୋଫାଇଲ ଆତଙ୍କବାଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ନାହିଁ ପାକିସ୍ତାନ ।
ଏହି ରିପୋର୍ଟରୁ ଆହୁରି ମଧ୍ୟ ଜଣା ପଡିଛି ଆଜିବି ପାକିସ୍ତାନ ଏହି ଆତଙ୍କବାଦୀଙ୍କୁ ଟଙ୍କା ଯୋଗାଉଛି । ତେବେ ଏଥିରୁ ଏହା ସ୍ପଷ୍ଟ ଯେ ଆନ୍ତର୍ଜାତୀୟ ସ୍ତରରେ ଖୁବ ଶୀଘ୍ର ବ୍ୟାନ ହୋଇପାରେ ଏହି ଦେଶ । ଏହା ହେଲେ ଆଇଏମଏଫ ଭଳି ସଂସ୍ଥାରୁ ଆଉ ପାକିସ୍ତାନକୁ ଋଣ ମିଳି ପାରିବ ନାହିଁ ।