ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ଉତ୍ତରପ୍ରଦେଶର ଭୋଟର ତାଲିକାରେ ସନ୍ନି ଲିଓନିଙ୍କ ଫୋଟୋ । ୟୁପିର ବାଲିଆ ଜିଲ୍ଲାରେ ଜାରି ହୋଇଛି ଭୋଟର ତାଲିକା । ଏହି ତାଲିକାରେ ଏମିତି କିଛି ଦୃଶ୍ୟ ଅଛି ଯାହା ସମସ୍ଥଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଭୋଟର ତାଲିକାରେ ନାମ , ବୟସ , ଠିକଣା ତ ଠିକ ଅଛି କିନ୍ତୁ ଫୋଟୋ ଯାଗାରେ ହାତୀ , ବତକ , ହରିଣ ଏପରିକି ବଲିଉଡ ଅଭିନେତ୍ରୀ ସନ୍ନି ଲିଓନି ଙ୍କ ଫୋଟୋ ଲଗାଯାଇଛି । ଯାହା ପ୍ରଶାସନିକ ସ୍ଥରର ତ୍ରୁଟିକୁ ପଦାରେ ପକାଇଛି ।
ଉତ୍ତର ପ୍ରଦେଶ ବାଲିଆରେ ଜାରି ହୋଇଥିବା ଏକ ଭୋଟର୍ ତାଲିକାରେ ଦୁର୍ଗାବତୀ ନାମକ ଜଣେ ମହିଳାଙ୍କ ଫଟୋ ସ୍ଥାନରେ ସନ୍ନି ଲିଓନିଙ୍କ ଫଟୋ ଦେଖିବାକୁ ମିଳିଛି । ତାଲିକାରେ ଦୁର୍ଗାବତୀଙ୍କ ଫୋଟୋ ପାଇଁ ଉଦ୍ଧିଷ୍ଟ ଜାଗାରେ ସନ୍ନି ଲିଓନିଙ୍କ ଫୋଟୋ ଲଗାଯାଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏମିତି କି ସରକାରୀ ୱେବସାଇଟରେ ମଧ୍ୟ ଅନୁରୁପ ଘଟଣା ଦେଖିବାକୁ ମିଳିଛି । ଖାଲି ସେତିକି ନୁହେଁ ୟୁପିର ପୂର୍ବ କ୍ୟାବିନେଟ୍ ମନ୍ତ୍ରୀ ନାରଦ ରାୟ, ବରିଷ୍ଠ ଅଧିକାରୀ କୁୱଁର ଅଙ୍କୁର ସିଂ ଓ କୁୱଁର ଗୌରବଙ୍କ କ୍ଷେତ୍ରରେ ମଧ୍ୟ ବିରାଟ୍ ଭୁଲ ହୋଇଛି । ନାରଦ ରାୟଙ୍କ ଫଟୋରେ ଏକ ହାତୀ, କୁୱଁର ଅଙ୍କୁର ସିଂଙ୍କ ଫଟୋରେ ଏକ ହରିଣ ଓ କୁୱଁର ଗୌରବଙ୍କ ଫଟୋରେ ଏକ ପାରାର ଫଟୋ ଜାରି କରାଯାଇଛି ।
JUST IN
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ଭବାନୀପାଟଣା | 26 Apr 2024
-
ଓଡିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଆଜି ଶେଷ ଦିନ | 25 Apr 2024
-
ସକାଳ ସାଢେ ୮ ସୁଦ୍ଧା ୩୬ ଡିଗ୍ରୀ ଛୁଇଁଲା ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ଅନୁଗୁଳ | 25 Apr 2024
-
ପ୍ରକାଶ ପାଇଲା ଜେଇଇ ମେନ୍ ପେପର-୧ ପରୀକ୍ଷା ଫଳ | 25 Apr 2024
-
ନିର୍ବାଚନ ପାଇଁ ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | 24 Apr 2024
-
ଦିନ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 24 Apr 2024