କେନ୍ଦୁଝର ( ଏଟିଆର ବ୍ୟୁରୋ): ପଞ୍ଚାୟତ ଅର୍ଥ ହେରଫେର ଅଭିଯୋଗରେ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ପିପିଳିଆ ସରପଞ୍ଚ ଙ୍କୁ ଗିରଫ କରାଯାଇଛି । ଉଭୟ ସରପଞ୍ଚ ଓ ପିଇଓ ସରକାରୀ ଅର୍ଥକୁ ଆତ୍ମସାତ କରିଛନ୍ତି । ସରପଞ୍ଚ ଓ ପିଇଓ ପାଖାପାଖି ୨୨ ଲକ୍ଷ ଟଙ୍କା ଚଳୁ କରିଥିବା ଜଣା ପଡିଛି । ସୂଚନା ଅନୁସାରେ ଗତ କିଛିଦିନ ତଳେ ପଞ୍ଚାୟତ ଅର୍ଥ ଆତ୍ମସାତ ହୋଇଥିବା ଅଭିଯୋଗ ହୋଇଥିଲା ।
ଏନେଇ ବ୍ଲକ ପ୍ରଶାସନ ପକ୍ଷରୁ ପଞ୍ଚାୟତ ଅଫିସରେ ତଦନ୍ତ କରାଯାଇଥିଲା । ସେଠାରେ କୌଣସି କାଗଜ ପତ୍ର ନଥିବାରୁ ଏନେଇ ବ୍ଲକ ପ୍ରଶାସନ ଜିଲ୍ଲା ପ୍ରଶାସନକୁ ଅବଗତ କରାଇଥିଲା । ଜିଲ୍ଲା ପ୍ରଶାସନ ଘଟଣାର ତଦନ୍ତ କରିଥିଲା । ପଞ୍ଚୟତର ସମସ୍ତ କାଗଜପତ୍ର ଓ ବ୍ୟାଙ୍କ ଷ୍ଟେଟମେଣ୍ଟ ଦେଖି ଜାଇବାକୁ ପାଇଥିଲେ ସରପଞ୍ଚ ଓ ପଞ୍ଚାୟତ ପିଇଓ ୨୨ ଲକ୍ଷ ଟଙ୍କା ହେରଫେର କରିଥିବା ଜାଣିବାକୁ ପାଇଥିଲେ ।
ତେବେ ଏନେଇ ଜିଲ୍ଲା ପ୍ରଶାସନ ବିଇଓଙ୍କୁ ନିଲମ୍ବନ କରିବା ସହ ବିଡିଓଙ୍କୁ ଥାନାରେ ଅଭିଯୋଗ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।ଥାନାରେ ଅଭିଯୋଗ କରିବା ପରେ ଘଟଗାଁ ପୋଲିସ ଗତକାଲି ରାତିରେ ପିପିଳିଆ ପଂଚାୟତ ସରପଂଚଙ୍କୁ ଗିରଫ କରିଛି ।