ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଋଷର ଉଲାନ ଉଦେ ସହରରେ ଚାଲୁଥିବା ୱାଲ୍ଡ ବକ୍ସିଂ ଚାମ୍ପିଅନସିପ୍ ର ସେମିଫାଇନାଲରୁ ଶନିବାର ଦିନ ଛଅ ଥର ଚାମ୍ପିଅନ ହୋଇଥିବା ଏମସି ମ୍ୟାରିକମ୍ ହାରି ଯାଇଛନ୍ତି । ଯାହାଫଳରେ ତାଙ୍କୁ କାଂସ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡିଛି ।
ସେମିଫାଇନାଲରୁ ତୁର୍କିର ବୁସେନାଜଙ୍କ ଠାରୁ ୧-୪ ଅନ୍ତରରେ ହାରି ମ୍ୟାରିକମ୍ ବିଶ୍ୱ ମହିଳା ବକ୍ସିଂ ଚାମ୍ପିଅନରୁ ନିଜର ୭ ନମ୍ବର ମେଡାଲରୁ ଓହରି ଯାଇଛନ୍ତି ।
ଏହାପୂର୍ବରୁ ସେମିଫାଇନାଲରେ ପହଁଚିବା ପରେ ସେ ମହିଳା ବିଶ୍ୱ ଚାମ୍ପିଅନସିପ୍ ଇତିହାସରେ ସବୁଠାରୁ ସଫଳ ବକ୍ସର ହୋଇଥିଲେ । ସେପଟେ କ୍ୟାଟରଫାଇନାଲରେ କଲୋମ୍ବିଆର ଇଙ୍ଗୋଟ ବାଲୋଂସିୟାଙ୍କୁ ୫-୦ ରେ ମାତ୍ ଦେଇ ସେମିଫାଇନାଲରେ ଏଣ୍ଟ୍ରି କରିଥିଲେ ମ୍ୟାାରିକମ୍ ।
୪୮ କି.ଗ୍ର ଭାରବର୍ଗରେ ୬ ଥର ବିଶ୍ୱ ଚାମ୍ପିଅନସିପ୍ ହୋଇଥିବା ମ୍ୟାରିକମ୍ ଙ୍କର ୫୧ କି.ଗ୍ରା ଭାରବର୍ଗ ବିଶିଷ୍ଟ ବିଶ୍ୱ ଚାମ୍ପିଅନସିପ୍ ରେ ଏହା ପ୍ରଥମ ପଦକ ଥିଲା । ହୁଏତ ସେ , ଏହି ଭାରବର୍ଗରେ ୨୦୧୯ ଏସିଆ ଖେଳରେ ସ୍ୱର୍ଣ୍ଣ ଏବଂ ୨୦୧୮ କମନୱେଲଥ ଖେଳରେ ବି ସ୍ୱର୍ଣ୍ଣପଦକ ହାସଲ କରିସାରିଛନ୍ତି । ଏହାସହିତ ସେ ଏହି ଭାରବର୍ଗରେ ଲଣ୍ଡନ ଅଲମ୍ପିକ ୨୦୧୨ରେ କାଂସ୍ୟ ପଦକ ଜିତିଥିଲେ ।