ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଆସନ୍ତା ସୋମବାରକୁ ହେବାକୁ ଥିବା ଏଫଏଟିଏଫ୍ ବୈଠକରେ ପାକିସ୍ତାନର ଭବିଷ୍ୟ ଉପରେ ନିଷ୍ପତି ହୋଇପାରେ ।ଏଫଏଟିଏଫ ର ଏସିଆ ପ୍ୟାସିଫିକ ଗୃପର ରିପୋର୍ଟରେ ପାକିସ୍ତାନ ଆତଙ୍କି ଫଣ୍ଡିଂକୁ ରୋକିବାରେ ବିଫଳ ହୋଇଛି । କୁହାଯାଉଛି କି ବୈଠକରେ ପାକିସ୍ତାନକୁ ବ୍ଲାକଲିଷ୍ଟ କରାଯାଇପାରେ ।
ଗତ ଜୁନ୍ ମାସ ପ୍ୟାରିସରେ ହୋଇଥିବା ଏଫଏଟିଏଫ୍ ବୈଠକରେ ପାକିସ୍ତାନକୁ ଗ୍ରେ ତାଲିକାରେ ରଖାଯିବା ସହ ଅକ୍ଟୋବର ୨୦୧୯ ଭିତରେ ଆତଙ୍କି ଫଣ୍ଡିଂ ରୋକିବାର କାର୍ଯ୍ୟକ୍ରମକୁ ଶେଷ କରିବା ପାଇଁ ଚେତାବନୀ ଦିଆଯାଇଥିଲା । ଆହୁରି ମଧ୍ୟ କୁହାଯାଉଛି କି ପାକିସ୍ତାନକୁ ଇରାନ ଏବଂ ଉତ୍ତରକୋରିଆ ସହିତ ବ୍ଲାକଲିଷ୍ଟ କରାଯାଇପାରେ ।
ଏହି ବୈଠକରେ ସ୍ପଷ୍ଟ ନିର୍ଦ୍ଧାରଣ ହୋଇଯିବ କି ପ୍ରକୃତରେ ପାକିସ୍ତାନ ଗ୍ରେ ଲିଷ୍ଟରେ ରହିବା ନା ତାକୁ ବ୍ଲାକଲିଷ୍ଟ କରାଯିବ । ହୁଏତ ପାକିସ୍ତାନକୁ ରକ୍ଷା କରିବା ପାଇଁ ଚେଷ୍ଟା କରିପାରେ ।
ପାକିସ୍ତାନୀ ମିଡିଆ ରିପୋର୍ଟ ମୁତାବକ,ଆର୍ଥିକ ବିଭାଗର ପ୍ରମୁଖ ହମ୍ମାଦ ଅଜହରଙ୍କ ନେତୃତ୍ୱରେ ପାକିସ୍ତାନୀ ପ୍ରତିନିଧି ମଣ୍ଡଳ ଅକ୍ଟୋବର ୧୩ରେ ଫ୍ରାନ୍ସ ଅଭିମୁଖେ ଯାତ୍ରା କରିବ, କାରଣ ଅକ୍ଟୋବର ୧୪ ଏବଂ ୧୫ ରେ ପାକିସ୍ତାନ ପ୍ରସଙ୍ଗରେ ଏଫଏଟିଏଫ ବିଚାର କରିବ ।