ମୟୁରଭଞ୍ଜ ( ଏଟିଆର ବ୍ୟୁରୋ): ମୟୁରଭଞ୍ଜରେ ଏକ ମଦ ବୋଝେଇ ଟ୍ରକ ଧକ୍କା ହୋଇଛି । ଆଉ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ପରି ଟ୍ରକରୁ ବାହାରିଲା ୩୦୦ ପେଟି ବିଦେଶୀ ମଦ । ସୂଚନା ଅନୁସାରେ ମୟୁରଭଞ୍ଜ ଜିଲ୍ଲା ଉଦଳା – ନୁଦଡିହା ମୁଖ୍ୟ ରାସ୍ତାରେ ଘଟିଛି ଏହି ଅଘଟଣ । ମଦ ବୋଝେଇ ଟ୍ରକ ମଝି ରାସ୍ତାରେ ଏକ ଡମ୍ଫରକୁ ଧକ୍କା ଦେଇଥିଲା । ଏଥିରେ ଟ୍ରକର ଡ୍ରାଇଭର ଗୁରୁୂତର ଭାବେ ଆହତ ହୋଇଛନ୍ତି ।
ଗତକାଲି ବିଳମ୍ବିତ ରାତିରେ ମଦ ବୋଝେଇ ଟ୍ରକ ବାଲେଶ୍ୱରରୁ ମଦ ବୋଝେଇ କରି ଯଶିପୁର ଯାଉଥିବା ବେଳେ ଦୁର୍ଗଟଣା ଗସ୍ତ ହୋଇଛି । ତେବେ ଦୁର୍ଘଟଣା ପରେ ପୋଲିସ ଖବର ପାଇ ଘଟଣା ସ୍ଥଳରୁ ଟ୍ରକ ଚାଳକଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲା । ପୋଲିସ ଗାଡିର ତଲାସି ବେଳେ ଜାଣିବାକୁ ପାଇଥିଲା ଏହା ଏକ ବିଦେଶୀ ମଦ ବୋଝେଇ ଟ୍ରକ । ତେବେ ମଦ କାହା ପାଖକୁ ଯାଉଥିଲା ତାହା ଏଯାବତ ସ୍ପଷ୍ଟ ହୋଇନାହିଁ । ପୋଲିସ ଗାଡିଟିକୁ ଜବତ କରିଥିବା ଜଣାପଡିଛି । ଘଟଣା ସ୍ଥଳରୁ ଦୁର୍ଘଟଣା ଘଟାଇଥିବା ଅନ୍ୟ ଗୋଟିଏ ଗାଡି ଫେରାର ହୋଇଯାଇଥିବା ଜଣା ପଡିିଛି ।