ବଲାଙ୍ଗିର ( ଏଟିଆର ବ୍ୟୁରୋ): ରାଜ୍ୟରେ ଏବେ ଦାଦନ ସମସ୍ୟା ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ବିଶେଷ ପଶ୍ଚିମ ଓଡିଶାରେ ଏହାର ପ୍ରଭାବ ବେଶି ରହିଛି । ଆର୍ଥିକ ଅନଟନ ହେତୁ ମାତ୍ର କେଇଟା ଟଙ୍କା ପାଇଁ ନିଜ ରାଜ୍ୟ ଛାଡି ସେମାନେ ବାହାରକୁ ଚାଲି ଯାଉଛନ୍ତି । ଆଉ ସେଠାରେ ଜୀବନକୁ ବାଜି ଲଗାଇ ଖଟୁଛନ୍ତି । ହେଲେ ମିଳୁନି ଟଙ୍କା । ନାଁ ପେଟକୁ ତ ଖାଦ୍ୟ ନାହିଁ ପରିବାର କଥା ପଚାରେ କିଏ ।
ତେବେ ରାଜ୍ୟକୁ ଦାଦନ ମୁକ୍ତ କରିବା ପାଇଁ ଏବେ ପ୍ରଶାସନ ଆକ୍ସନ ମୁଡରେ । ବଲାଙ୍ଗିର ପୋଲିସ ଆଜି ବଲାଙ୍ଗୀରରେ ବିଭିନ୍ନ ସ୍ଥାନରେ ଚଢାଉ କରି ଦାଦନ ସର୍ଦାରଙ୍କୁ ଧରିଛି । ସୂଚନା ଅନୁସାରେ କଣ୍ଟାବାଞ୍ଜିରୁ ୮, ତୁରେକେଲାରୁ ୬, ବେଲପଡାରୁ ୫, ଖପ୍ରାଖୋଲରୁ ୪ ଜଣ ଓ ଲାଠୋରୁ ୨ ଜଣ ଦାଦନ ସର୍ଦାରଙ୍କୁ ପୋଲିସ ବାନ୍ଧି କୋର୍ଟ ଚାଲାଣ କରିଛି । ଏସପିଙ୍କ ନେତୃରେ ଏକ ସ୍ବତନ୍ତ୍ର ଟିମ ଦାଦନ ପ୍ରବଳ ଅଞ୍ଚଳ ଗୁଡିକରେ ଚଢାଉ କରି ଏମାନଙ୍କୁ ଧରିଥିବା ସୂଚନା ମିଳିଛି ।