ଭୁବନେଶ୍ୱର ( ଏଟିଆର ବ୍ୟୁରୋ): କ୍ଷୀର ଦର ବୃଦ୍ଧି ହେବା ପରେ ଏବେ କ୍ଷୀର ଯାତୀୟ ଦ୍ରବ୍ୟର ଦର ବୃଦ୍ଧି ହେବାରେ ଲାଗିଛି । ସୂଚନାଯୋଗ୍ୟ ଛେନା କିଲୋ ପିଛା ୧୫ ଟଙ୍କା ବୃଦ୍ଧି ପାଇଥିବା ବେଳେ ପନିର କିଲୋପିଛା ୧୮ ଟଙ୍କା ବୃଦ୍ଧି ପାଇଛି । ଯାହାକୁ ନେଇ ଏବେ ଚିନ୍ତାରେ ଉଭୟ ବ୍ୟବସାୟୀ ଓ ଗ୍ରାହକ । ଗତକାଲି ଠାରୁ କାର୍ତ୍ତିକ ମାସ ଆରମ୍ଭ ହୋଇଥିବା ବେଳେ ଛେନା ଓ ପନିର ଦର ବୃଦ୍ଧି ପାଇଥିବାରୁ ମିଷ୍ଟାର୍ଣ୍ଣ ଭୋଗୀଙ୍କ ମଧ୍ୟରେ ଏହାକୁ ନେଇ ଏବେ ଅସନ୍ତୋଷ ଦେଖା ଦେଇଛି ।
ପୂର୍ବରୁ ୧୬୦ ଟଙ୍କା ଦରରେ ବିକ୍ରି ହେଉଥିବା ଛେନା ୧୮୦ ଟଙ୍କା ହୋଇଛି। ସେହିଭଳି ୨୨୦ ଟଙ୍କା ଦରରେ ବିକ୍ରି ହେଉଥିବା ପନିର ୨୪୦ ଟଙ୍କା ହୋଇଛି। ସହିଦ ନଗରସ୍ଥିତ ବାପୁ ରେଷ୍ଟୁରାଣ୍ଟ ପରିସରରେ ସମିତିର ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।କେବଳ ଅସଲି ଛେନାରେ ହିଁ ଏହି ବର୍ଦ୍ଧିତ ଦର ଲାଗୁ ହେବ ବୋଲି ସମିତି ସ୍ପଷ୍ଟ କରିଥିଲା। କେବଳ ଅସଲି ଛେନାରେ ହିଁ ଏହି ବର୍ଦ୍ଧିତ ଦର ଲାଗୁ ହେବ ବୋଲି ସମିତି ସ୍ପଷ୍ଟ କରିଛି ।ପୂର୍ବରୁ ଡମଫେଡ କ୍ଷୀର ଦର ବୃଦ୍ଧି ହେବା ହେତୁ ଚାଷୀମାନେ ଛେନା ଓ ପନିର ଦର ବୃଦ୍ଧି କରିବାକୁ ଦାବି କରି ଆସୁଥିଲେ ।