ରାୟଗଡା ( ଏଟିଆର ବ୍ୟୁରୋ): ସାରା ବିଶ୍ୱ ଏବେ କରୋନା କୋପରେ ଘାଣ୍ଟି ଚକଟି ହେଉଛି । ଯୁଆଡେ ଦେଖିବ ସିଆଡେ ଖାଲି କରୋନା ଆଉ କରୋନା । ତେବେ ଏହି ଭିତରେ ସାରା ଦେଶରେ ଏବେ କରୋନାକୁ ନେଇ କଟକଣା ଯୋରଦାର ହେଉଛି । ତେବେ ସେନା କ୍ଷେତ୍ରରେ ମଧ୍ୟ କରୋନାର ମୁକାବିଲା ପାଇଁ ସତ୍ପରତା ପ୍ରକାଶ ପାଇଛି । ଏଇ ନିକଟରେ ଛୁଟି କଟି ପୁଣି ସେନା କ୍ୟାମ୍ପକୁ ଫେରିଥିବା ଯବାନଙ୍କୁ ସେନା ପକ୍ଷରୁ ଅଲଗା ରଖା ଯାଉଛି ।
ଏବଂ ସେମାନଙ୍କ ଚିକିତ୍ସା କରାଯାଉଛି । ସୂଚନା ଅନୁସାରେ ଏବେ ସେନାରେ କାର୍ଯ୍ୟ କରୁଥିବା ଯବାନ ଯେଉଁମାନେ ଏଇ ନିକଟରେ ଉଚଟି କାଷଟି କ୍ୟାମ୍ପରେ ଯୋଗ ଦେଉଛନ୍ତି ସେମାନଙ୍କୁ ୭ ଦିନ ପାଇଁ ଅଲଗା ରଖା ଯାଉଛି । ଅନ୍ୟ ଯବାନ ମାନଙ୍କ ସହିତ ମଧ୍ୟ ସେମାନଙ୍କୁ ମିଳାମିଶା କରିବାର ସୁଯୋଗ ଦିଆଯାଉ ନାହିଁ । ଖାଦ୍ୟ ପ୍ରେୟ ମଧ୍ୟ ସେମାନଙ୍କୁ ଭିନ୍ନ ଭିନ୍ନ ଦିଆଯାଉଛି । ଏମିତି କିଛି ଦୃଶ୍ୟ ରାୟଗଡା ଠାରେ ଦେଖିବାକୁ ମିଳିଛି । ସେନାରେ କାର୍ଯ୍ୟ କରୁଥିବା ସମସ୍ତ ଯବାନଙ୍କୁ ନିଜେ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି ।