ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସୁପ୍ରିମ କୋର୍ଟର ଫୁଲବେଞ୍ଚପକ୍ଷରୁ ଆଜି ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଏବଂ ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ନିଧନକୁ ନେଇ ଶ୍ରଦ୍ଧାଞ୍ଜଳୀ ଦିଆଯାଇଛି । ଏହି ଅବସରରେ ସୁପ୍ରିମ କୋର୍ଟର ସମସ୍ତ ବିଚାରପତି ଉପସ୍ଥିତ ଥିଲେ ।
ଇତି ମଧ୍ୟରେ ଚିଫ୍ ଜଷ୍ଟିସ୍ ରଞ୍ଜନ ଗୋଗୋଇ,ଅଟାର୍ଣ୍ଣ ଜେନେରାଲ କେକେ ବେଣୁଗୋପାଳ,ସୁପ୍ରିମ କୋର୍ଟ ବାର ଆସୋସିଏସନ୍ ଅଧ୍ୟକ୍ଷ ରାକେଶ ଖନ୍ନା ପ୍ରମୁଖ ଅରୁଣ ଜେଟଲୀ ଏବଂ ସୁଷମା ସ୍ୱରାଜଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି । ଏହାସହିତ ଏକ ନମ୍ବର କୋର୍ଟରା ଓକିଲ ମାନେ ଉପସ୍ଥିତ ରହିଥିଲେ ।
ଖବରମୁତାବକ, ଦୀର୍ଘ ଦିନ ହେବ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ରହିବା ପରେ ଅଗଷ୍ଟ ମାସ ୨୩ ତାରିଖରେ ଅରୁଣ ଜେଟଲୀଙ୍କର ପରଲୋକ ହୋଇଥିଲା । ସେ ମୋଦି ସରକାରରେ ୨୦୧୪ ରୁ ୨୦୧୯ ଯାଏଁ ଅର୍ଥମନ୍ତ୍ରୀ ଥିଲେ । ସେହିପରି ହୃଦଘାତ୍ ଯୋଗୁଁ ଅଗଷ୍ଟ ୬ ରେ ସୁଷମା ସ୍ୱରାଜଙ୍କ ନିଧନ ହୋଇଥିଲା ।