ପୁରୀ(ଏଟିଆର ବ୍ୟୁରୋ):ଯୁବପିଢିଙ୍କ ମଧ୍ୟରେ ଅର୍ଥ କମାଇବାର ନିଶା ଏତେ ମାତ୍ରାରେ ବଢି ଗଲାଣି ଯେ ସେମାନେ ନିଜର ଭବିଷ୍ୟତକୁ ବାଜି ଲଗାଇବାକୁ ପଛାଉ ନାହାନ୍ତି । ପାଠପଢି ଭବିଷ୍ୟତ ଗଢିବା ପରିବର୍ତ୍ତେ ଯୁବପିଢି ଖରାପ ବାଟରେ ଯିବାରେ ଲାଗିଛନ୍ତି । ଏହିଭଳି ଏକ ଘଟଣା ଘଟିଛି ପୁରୀ ଜିଲ୍ଲା ନିମାପଡାରେ, ଯେଉଁଠି ଦୁଇ ଯୁବକଙ୍କଠାରୁ ମିଳିଛି ୨୪ଗ୍ରାମର ବ୍ରାଉନ ସୁଗାର । ମିଳିଥିବା ଏହି ବ୍ରାଉନ ସୁଗାରର ମୂଲ୍ୟ ପାଖାପାଖି ୨ଲକ୍ଷ ୫୦ ହଜାର ହେବ ବୋଲି ଅନୁମାନ କରାଯାଉଛି । ଏହି ଯୁବକ ଦୁଇଜଣ ପଦାର୍ଥ ବିଜ୍ଞାନରେ ଯୁକ୍ତ ତିନିର ଶେଷ ବର୍ଷର ଛାତ୍ର । ସୂଚନା ମୁତାବକ ନିମାପଡା ଜୟଶ୍ରୀ ହଲ ଛକରୁ ଅବକାରୀ ବିଭାଗ କର୍ମଚାରୀମାନେ ଚଢାଉ କରିବା ବେଳେ ବ୍ରାଉନ ସୁଗାର ସହ ଦୁଇ ଯୁବକଙ୍କୁ ଗିରଫ କରିଛି । ସବୁଠାରୁ ବଡ କଥା ହେଉଛି ଏହି ଦୁଇ ଯୁବକଙ୍କ ମଧ୍ୟରୁ ଜଣଙ୍କର ବାପା ଏବଂ ମା ପୋଲିସ ବିଭାଗରେ ଏଏସ୍ଆଇ ଅଛନ୍ତି । ପୁରୀରେ ବ୍ରାଉନ ସୁଗାର ବ୍ୟବସାୟ ଦିନକୁ ଦିନ ବଢୁଥିବାରୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ବିଭାଗ କର୍ମଚାରୀ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024