ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଅର୍ଥଶାସ୍ତ୍ରରେ ନୋବେଲ ପୁରସ୍କାର ପାଇଁ ବଛା ହୋଇଥିବା ଭାରତୀୟ ମୂଲ ର ଅଭିଜିତ୍ ବାନାର୍ଜି ଭାରତର ଅର୍ଥବ୍ୟବସ୍ଥାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ।ସେ କହିଛନ୍ତି ସରକାରଙ୍କ ଦ୍ୱାରା ସମସ୍ତ ସମସ୍ୟାର ସମାଧନ ହେବା ପରେ ବି ଅର୍ଥବ୍ୟବସ୍ଥା ବହୁତ ଖରାପ ପ୍ରଦର୍ଶନ କରୁଛି ।
ପ୍ରକୃତରେ ନୋବେଲ ପରସ୍କାର ପାଇଁ ନାଁ ଘୋଷଣା ହେବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ବାନାର୍ଜି କହିଛନ୍ତି, ମୋ ମତରେ ଅର୍ଥବ୍ୟବସ୍ଥା ବହୁତ ଖରାପ ପ୍ରଦର୍ଶନ କରୁଛି ।
ଯେତେବେଳେ ତାଙ୍କୁ ଭାରତୀୟ ଅର୍ଥବ୍ୟବସ୍ଥାର ସ୍ଥିତି ଏବଂ ଭବିଷ୍ୟତ ବିଷୟରେ ପଚରାଗଲା ସେ କହିଥିଲେ କି, ଏହି ବୟାନ ଭବିଷ୍ୟତରେ କଣ ହେବ ସେ ବିଷୟରେ ନୁହେଁ ବରଂ ଏବେ ଯାହା ହେଉଛି ସେ ବିଷୟରେ । ମୁଁ ଏ ବିଷୟରେ ଏକ ବୟାନ ଦେବା ପାଇଁ ହକଦାର୍ ।,
ଆମେ ଯାହା ବି ତଥ୍ୟ ଦେଖୁଛେ, ସେହି ଅନୁଯାୟୀ ୨୦୧୪-୧୫ ଏବଂ ୨୦୧୭-୧୮ମଧ୍ୟରେ କିଛି ଅଙ୍କ କମିଛି । ପ୍ରକୃତରେ କେଉଁ ଅଙ୍କ ସଠିକ୍ ଏବଂ ଖାସ୍ କରି ସରକାରଙ୍କ ମତରେ ସମସ୍ତ ଅଙ୍କ ଭୁଲ୍ । ମୋତେ ଲାଗୁଛି କି ଏବେ ସରକାର ବି ବୁଝିଲେଣି କିଛି ସମସ୍ୟା ହେଉଛି । ଅର୍ଥବ୍ୟବସ୍ଥା ଦୃତ ରୁ ଏବେ ଧୀର ହୋଇଯାଇଛି । ପ୍ରକୃତରେ ଏତିପାଇଁ କଣ କରାଯିବା ଉଚିତ୍ ତାହା ସଠିକ୍ ଭାବେ ଜଣା ନାହିଁ । ଯେବେବେଳେ ଅର୍ଥବ୍ୟବସ୍ଥା ଅନିୟନ୍ତ୍ରିତ ଭାବେ ତଳକୁ ଖସୁଛି ସେହି ସମୟରେ ମୌଦ୍ରିକ ସ୍ଥିରତା ବିଷୟରେ ଚିନ୍ତା କରିବା ଉଚିତ୍ ନୁହେଁ । ସେହି ସମୟରେ ଦାବି ବିଷୟରେ ଚିନ୍ତା କରିବା ଉଚିତ୍ । ଏବେ ଅର୍ଥବ୍ୟବସ୍ଥାରେ ଦାବି ର ଏକ ବଡ ସମସ୍ୟା ରହିଛି ।