ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ସକାଳୁ ଘର ପାଖରେ ଖେଳୁଥିଲା । ଅଚାନକ ଗାଏବ ହୋଇଗଲା । ଦିନ ୧୧ଟାରୁ ହଠାତ କୁଆଡେ ଚାଲିଗଲା ଭାବି ପ୍ରଥମେ ପରିବାର ଲୋକେ ବହୁ ଖୋଜାଖୋଜି କଲେ । ହେଲେ କିଛି ଲାଭ ହେଲାନାହିଁ । ଦିନ ଯାଇ ସନ୍ଧ୍ୟା ହେଲା ସିନା ରମଜାନ କିନ୍ତୁ ଆଉ ଘରକୁ ଫେରିଲା ନାହିଁ । ଭୟଭିତ ହୋଇ ପରିବାର ଲୋକେ ପୁଲିସକୁ ଘଟଣା ସମ୍ପର୍କରେ ଜଣାଇଥିଲେ ।
ତେବେ ୮ବର୍ଷର ଶିଶୁ କୁଆଡେ ବା ଯାଇପାରେ? ତାକୁ କେହି ନିଶ୍ଚିତ ଅପହରଣ କରିଥିବ ସନ୍ଦେହ କରି ପୁଲିସ ଆରମ୍ଭ କରିଥିଲା ଖୋଳତାଡ । ଶେଷରେ ମାତ୍ର ୪ଘଁଟା ଭିତରେ ପୁଲିସ ସଫଳତା ହାସଲ କରିଛି । ଅଭିଯୁକ୍ତକୁ ଗିରଫ କରିବା ସହ ରମଜାନକୁ ଉଦ୍ଧାର କରିଛି । ତେବେ ରମଜାନର ଅବସ୍ଥା ଗୁରୁତର ରିହିଥିବା ବେଳେ ଚିକିତ୍ସା ଲାଗି ତାକୁ କ୍ୟାପିଟାଲ ହସପିଟାଲରେ ଭର୍ତି କରାଯାଇଛି । ଏମିତି ଏକ ଘଟଣାର ପର୍ଦ୍ଦାଫାସ କରି ଆଜି ପିପିଲି ପୁଲିସ ଚର୍ଚ୍ଚାରେ ରହିଛି । ରିପୋର୍ଟ ଅନୁସାରେ, ମେଦିନିପୁରର ମୋଇନ ଖାନ ମାର୍ବଲ ମିସ୍ତ୍ରୀ ଭାବେ କାମ କରୁଥିବା ବେଳେ ସେ ପିପିଲିର ଭଗବାନପୁରରେ ରହୁଥିଲେ ।
ଦିନ ୧୧ଟାରେ ତାଙ୍କ ୮ବର୍ଷର ପୁଅ ଅଚାନକ ନିଖୋଜ ହୋଇଯାଇଥିଲେ । ଏହି ଅଭିଯୋଗ ପାଇବା ପରେ ପୁଲିସ ଆରମ୍ଭ କରିଥିଲା ଟ୍ରାକିଂ । ଗଠନ ହୋଇଥିଲା ସ୍ୱତନ୍ତ୍ର ଟିମ । ତଦନ୍ତରେ ସ୍କାନରକୁ ଆସିଥିଲା ଘୋରଡିଆ ଅଁଚଳର ଜୁମା ଖାନ । ଜୁମାକୁ ଟ୍ରାକ କରି ପୁଲିସ ଧରିବା ପରେ ପଚରାଉଚରା କରିଥିଲା । ଯଦିବା ଜୁମା ଚୁପ ରହିଥିଲା କିନ୍ତୁ ପୁଲିସ ତାହାକୁ ମାନିବାକୁ ନାରାଜ ଥିଲା । ଗୋଟିଏ ଟିମ ଜୁମାକୁ ଜେରା କରୁଥିବା ବେଳେ ଆଉ ଏକ ଟିମ ପିଲାଟିକୁ ଉଦ୍ଧାର କରିବା ନେଇ ଚାରିଆଡେ ତନାଘନା ଚଳାଇଥିଲା । ତେବେ ରାତି ସାଢ଼େ ୧୨ଟାରେ ଦରଡା ସିଡି ନିକଟ ଏକ ଅର୍ଦ୍ଧ ନିର୍ମିତ ଘରୁ ଉଦ୍ଧାର ହୋଇଥିଲା ରମଜାନ । ହାତଗୋଡ ବନ୍ଧା ଯାଇଥିବା ବେଳେ ରମଜାନ ମୁଣ୍ଡରେ ଲାଗିଥିଲା ଗଭୀର ଆଘାତ । ଅବସ୍ଥା ଗୁରୁତର ଦେଖି ଖୋଦ ଥାନା ଅଧିକାରୀ ଶରତ ସାହୁ ତାକୁ ଚିକିତ୍ସା ଲାଗି ହସପିଟାଲ ପଠାଇଥିଲେ ।
ଶିଶୁଟି ସହ ଅପ୍ରାକୃତିକ ଯୌନସମ୍ପର୍କ ରଖାଯାଇଥିବା ସନ୍ଦେହ କରାଯାଉଛି । ପୂରା ଘଟଣାର ଖୋଳତାଡ କରୁଛି ପୁଲିସ । ତେବେ ୪ଘଁଟା ଭିତରେ ପିପିଲି ପୁଲିସର ଏଭଳି ସଫଳତା ପୂରା ପୁଲିସ ବିଭାଗକୁ ଗର୍ବିତ କରିଛି ।
Aruna panda
ଏହି ଭଳି ଲୋକଙ୍କୁ ଜେଲ ନୁହେଁ ଫାସି ଦେବା ଦରକାର।