ମୁମ୍ବାଇ (ଏଟିଆର ବ୍ୟୁରୋ): ଡିଜ୍ନୀର ବହୁପ୍ରତିକ୍ଷୀତ ଫିଲ୍ମ ‘ଫ୍ରୋଜେନ ୨’ ର ହିନ୍ଦୀ ସଂସ୍କରଣରେ ଏଲ୍ସା ଏବଂ ଏନା ପାଇଁ ପ୍ରିୟଙ୍କା ଏବଂ ପରିଣିତି କଣ୍ଠଦାନ କରିବେ । ଏହି ଫିଲ୍ମ ଜରିଆରେ ପ୍ରଥମ ଥର ପାଇଁ ପ୍ରିୟଙ୍କା ତାଙ୍କ ଦାଦା ଝିଅ ଭଉଣୀ ପରିଣିତିଙ୍କ ସହ କାମ କରିବେ ।
ଏନେଇ ପ୍ରିୟଙ୍କା କହିଛନ୍ତି ,ଦୃଢ ବିଚାର ରଖୁଥିବା ଏଲ୍ସାର ଚରିତ୍ର ପାଇଁ ମୁଁ କଣ୍ଠଦାନ କରିବି । ଏବଂ ଏନାର ଚରିତ୍ର ପାଇଁ ପରିଣିତି କଣ୍ଠଦାନ କରିବେ । ଏହା ଜାଣିବା ପରେ ମୋ ମନରେ ଖୁସି ବଢିଯାଇଥିଲା । କାରଣ ଆମେ ଦୁଇ ଭଉଣୀ କେବେ ବି ଏକାଠି କାମ କରିନୁ । ଏହି ଅନୁଭବ ଆମକୁ ସାରା ଜୀବନ ମନେ ରହିବ ।
ଅପରପକ୍ଷେ ପରିଣିତି କହିଛନ୍ତି କି, ମୋ ପସନ୍ଦର ଫିଲ୍ମ ହେଉଛି ଫ୍ରୋଜେନ । ଏହାସହିତ ଏହି ଫିଲ୍ମରେ ପ୍ରିୟଙ୍କାଙ୍କ ସହ କାମ କରିବା ମାନେ ମୋ ପାଇଁ ସୋନେ ପେ ସୁହାଗା ।
ଡିଜ୍ନୀ ଇଣ୍ଡିଆ ଷ୍ଟୁଡିଓ ଏଣ୍ଟରଟେଣ୍ଟମେଣ୍ଟର ପ୍ରମୁଖ ବିକ୍ରମ ଦୁଗଲ କହିଛନ୍ତି, ଫିଲ୍ମର ହିନ୍ଦୀ ସଂସ୍କରଣରେ ପ୍ରିୟଙ୍କା ଏବଂ ପରିଣିତିଙ୍କ ସହିତ କାମ କରିବାର ନିଷ୍ପତି ଏଥିପାଇଁ ନେଇଛୁ, କାରଣ ଆମେ ବାସ୍ତବ ଜୀବନର ଭଉଣୀଙ୍କ କେମେଷ୍ଟ୍ରୀ ପରଦାକୁ ଆଣିବାକୁ ଚାହୁଁଥିଲୁ । ଏହି ଫିଲ୍ମର ନିର୍ଦ୍ଦେଶନା କ୍ରିସ୍ ବ୍ରେକ ଦେଇଛନ୍ତି । ଫିଲ୍ମଟି ନଭେମ୍ବର ୨୨ ରେ ଭାରତରେ ରିଲିଜ୍ ହେବ ।