ଭୁବନେଶ୍ୱର(ଏଟିଆର ବ୍ୟୁରୋ): ୧୬ ନମ୍ବର ଜାତୀୟ ରାଜପଥରେ ଲୁଟ କରୁଥିବା ଆକା-ଅଜୁ ଗ୍ୟାଙ୍ଗର ୪ଜଣଙ୍କୁ ଗିରଫ କରିଛି ଯାଁଳା ପୋଲିସ ଗିରଫ କରିଛି । ପୋଲିସ ଗିରଫ କରିଥିବା ଅଭିଯୁକ୍ତ ମାନେ ହେଲେ ଜଟଣୀ ଥାନା ବେଣାପଞ୍ଜରି ଗାଁର ମହମ୍ମଦ ଅଖତାର୍ ଓରଫ୍ ଆକା, ସେକ୍ ଆଜାରୁଦ୍ଦିନ୍ ଓରଫ୍ ଅଜୁ, ବସିର୍ଉଲ୍ଲା କାଁ ଓରଫ ରାଜୁ ଓ ମହମ୍ମଦ ଅର୍ବାଜ୍ ଓରଫ ମଙ୍ଗୁଲ।
ସୂଚନା ଅନୁସାରେ ଏହି ଗ୍ୟାଙ୍ଗ ଜାତୀୟ ୧୬ ନମ୍ବର ଜାତୀୟ ରାଜପଥରେ ଲୋକ ମାନଙ୍କୁ ଅଟକାଇ ମୋବାଇଲ ଫୋନ ଓ ଟଙ୍କା ଲୁଟି ନେଉଥିଲେ । ସେମାନଙ୍କ ପାଖରୁ ୧୪ ମୋବାଇଲ ଗୋଟିଏ ଦାମୀ ବାଇକି ଜବତ କରିଛି ପୋଲିସ । ଅଜୁ ଓ ଆକା ଲୋକ ମାନଙ୍କ ଠାରୁ ଲୁଟ କରୁଥିବା ବେଳେ ରାଜୁ ଓ ମଙ୍ଗଲ ସେମାନଙ୍କୁ ଘଟଣା ସ୍ଥଳରୁ ଫେରାର କରିବା ପାଇଁ ସାହାର୍ଯ୍ୟ କରୁଥିଲେ । ତେବେ ଗତକାଲି ଆକା ଓ ଅଜୁ ତାରାବୋଇ ଲେବଲ କ୍ରସିଂ ନିକଟରେ ଚୋରା ମୋବାଇଲ ବିକିବାକୁ ଯାଇଥିବା ବେଳେ ପୋଲିସ ସେମାନଙ୍କୁ ଗିରଫ କରିଥିଲା । ପରେ ରାଜୁ ଓ ମଙ୍ଗଲକୁ ବେଣାପଞ୍ଜିର ଗାଁରୁ ଗିରଫ କରିଥିଲା । ଅଭିଯୁକ୍ତ ମାନେ ୧୬ ନମ୍ବର ଜାତୀୟ ରାଜପଥ ପାତ୍ରପଡାରୁ ପିତାପଲ୍ଲୀ ମଧ୍ୟରେ ଲୁଟ କରୁଥିଲେ ।