ଆଫଗାନିସ୍ତାନ (ଏଟିଆର ବ୍ୟୁରୋ): ଆଫଗାନିସ୍ତାର ଏକ ମସ୍ଜିଦ ରେ ନମାଜ ପାଠ କଲା ବେଳେ ଶୁକ୍ରବାର ଦିନ ଅଚାନକ୍ ବୋମା ବିସ୍ଫୋରଣ ହୋଇଛି । ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୬୨ ଜଣଙ୍କର ମୃତ୍ୟୁ ହୋଇସାରିଛି ଏବଂ ୧୦୦ ରୁ ଅଧିକ ଗୁରୁତର ଭାବେ ଆହତ ହୋଇଛନ୍ତି । ଏନେଇ ଜଣେ ଅଧିକାରୀ କହିଛନ୍ତି ବିସ୍ଫୋରଣ ସେହି ସମୟରେ ହୋଇଛି ଯେଉଁ ସମୟରେ ନମାଜ ପାଠ ପାଇଁ ମସଜିଦ୍ ଜନଗହଳି ପୂର୍ଣ୍ଣ ରହିଥିଲା । ଏହି ବିସ୍ଫୋରଣ ପାଇଁ ଏପର୍ଯ୍ୟନ୍ତ କୌଣସି ଆତଙ୍କି ସଂଘଠନକୁ ଆତଙ୍କି ଭାବେ ସ୍ପଷ୍ଟ କରାଯାଇନାହିଁ ।
ନାଂଗରହାର ପ୍ରାନ୍ତର ଗଭର୍ଣ୍ଣରର ପ୍ରବକ୍ତା ଅତାଉଲ୍ଲା ଖୋଗ୍ୟାନି କହିଛନ୍ତି କି ,ହସ୍କା ମେନା ଜିଲ୍ଲାର ଜାବ ଦାରା ଅଞ୍ଚଳରେ ଥିବା ମସଜିଦ୍ ଭିତରେ ବିସ୍ଫୋରଣ ହୋଇଛି । ଏଥିରେ ମସଜିଦ୍ ର ଛାତ ପୁରା ଭୁଷୁଡି ପଡିଛି । ଏପର୍ଯ୍ୟନ୍ତ ୬୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ଅଛନ୍ତି । ଏହାସହିତ ମୃତ ସଂଖ୍ୟା ବଢିବାର ଆଶଙ୍କା ରହିଛି । ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ମସଜିଦ୍ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।