ମୁମ୍ବାଇ (ଏଟିଆର ବ୍ୟୁରୋ): ଆଜି ମହାରାଷ୍ଟ୍ର ଓ ହରିୟାଣାରେ ବିଧାନସଭା ନିର୍ବାଚନ । ସକାଳ ୭ଟାରୁ ମହାରାଷ୍ଟ୍ରରେ ୨୮୮ଟି ଓ ହରିୟାଣାରେ ୯୦ଟି ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ ହୋଇଛି । ଏହି ମତଦାନ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ଏହା ସହ ଦେଶର ୧୮ଟି ରାଜ୍ୟରେ ୫୧ଟି ବିଧାନସେବା ଆସନ ପାଇଁ ମତଦାନ ଆରମ୍ଭ ହୋଇଛି । ମହାରାଷ୍ଟ୍ରରେ ବିଜେପି ଓ ଶିବସେନା ମେଣ୍ଟ କରିଥିବା ବେଳେ କଂଗ୍ରସ ଓ ଏନସିଟି ହାତ ମିଶାଇଛନ୍ତି । ମହାରାଷ୍ଟ୍ରରେ ଭୋଟରଙ୍କ ସଂଖ୍ୟା ୮କୋଟି ୯୮ଲକ୍ଷ ୩୯ହଜାର ୬୦୦ ଜଣ ଅଛନ୍ତି ।ଏଠାରେ ମତଦାନ ପାଇଁ ୯୬ ହଜାର ୬୬୧ଟି ବୁଥ କରାଯାଇଛି । ଏହି ନିର୍ବାଚନରେ ୨୩୫ ଜଣ ମହିଳା ପ୍ରାର୍ଥୀ ଥିବା ବେଳେ ୩୨୩୭ଜଣ ପୁରୁଷ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି ।
ଅନ୍ୟପଟେ ହରିୟାଣାରେ ୧ କୋଟି ୮୩ ଲକ୍ଷ ଭୋଟର ଅଛନ୍ତି । ଏହି ଭୋଟର ମାନେ ଆଜି ୯୦ଟି ବିଧାନସଭା ଆସନ ପାଇଁ ମତଦାନ କରି ପ୍ରାର୍ଥୀ ମାନଙ୍କର ଭାଗ୍ୟ ନିର୍ଦ୍ଧାରିତ କରିବେ । ତେବେ ପୂର୍ବରୁ ହୋଇଥିବା ଲୋକସଭା ନିର୍ବାଚନରେ ମହାରାଷ୍ଟ୍ରରେ ବିଜେପିର ଓ ଶିବସେନା ୪୮ଟି ଆସନରୁ ୪୧ଟି ଆସନରେ ବିଜୟ ଲାଭ କରିଥିବା ବେଳେ ହରିୟାଣାରେ ସମସ୍ତ ୧୦ଟି ଆସନରେ ବିଜେପି ବିଜୟ ଲାଭ କରିଛି ।