ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ପୁଣି କ୍ୟୁଏଟିକୁ ଆଉ ଏକ ସଫଳତା । ଡକାୟତୀ କରିବା ଲାଗି ଆସିଥିବା ବେଳେ ୨ଜଣ କୁଖ୍ୟାତ ଡକାୟତଙ୍କୁ ଗିରଫ କରାଯାଇଛି । ସେମାନଙ୍କ ପାଖରୁ ଏକ ବନ୍ଧୁକ ସମେତ ଗାଡି ଜବତ ହୋଇଛି ।
ଗିରଫ ଅଭିଯୁକ୍ତମାନେ ହେଲେ ପୁରୀ ଅଞ୍ଚଳର ମନୋଜ ନାୟକ ଓ ବିଜୟ କୁମାର ମିଶ୍ର । ରିପୋର୍ଟ ଅନୁସାରେ, ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଏମାନେ ଡକାୟତୀ କରିବା ଲାଗି ପ୍ଲାନ କରିଥିଲେ । ଯାହାର ଆଭାସ ପାଇଥିଲା କ୍ୟୁଏଟି । ତେଣୁ ସେମାନଙ୍କୁ ଧରିବା ଲାଗି ଟିମ ପୂର୍ବରୁ ପୂରା ତୟାର ରହିଥିଲା । ବିଳମ୍ବିତ ରାତିରେ ଏମାନେ ପହଞ୍ଚିବା ପରେ କ୍ୟୁଏଟି ସେମାନଙ୍କୁ ଗିରଫ କରିଛି ।