ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପୁଣି ଗ୍ରାହକଙ୍କୁ ଝଟକା ଦେଲା ରିଲିଆନ୍ସ ଜିଓ । ଆଇୟୁସି ଚାର୍ଜ ଲଗାଇବା ପରେ ଗ୍ରାହକଙ୍କ ପାଇଁ ଆଉ ଏକ ଝଟକା । ଏବେ କମ୍ପାନୀ ତାର ୧୯ ଏବଂ ୫୨ ଟଙ୍କିଆ ରିଚାର୍ଜ ପ୍ୟାକକୁ ବନ୍ଦ କରିଦେଇଛି ।
ଅକ୍ଟୋବର ୧୦ ତାରିଖରେ କମ୍ପାନୀ ପକ୍ଷରୁ ଆଇୟୁସି ଚାର୍ଜ ଲଗାଯାଇଥିଲା । ଯେଉଁ ୟୁଜର୍ସ ଅନ୍ୟ ନେଟୱାର୍କ ସହ ଅଧିକ ସମୟ କଥା ହେଉଛନ୍ତି, ସେମାନେ ଏହି ପ୍ୟାକକୁ ରିଚାର୍ଜ କରିପାରିବେ । ଏହାସହିତ ଉପଭୋକ୍ତାଙ୍କୁ ଏହି ପ୍ଲାନ ଉପରେ ଅଧିକ ଡାଟା ମିଳିବ । ଗ୍ରାହକଙ୍କ ପାଇଁ ୧୦ ଟଙ୍କାରୁ ଆରମ୍ଭ କରି ୧୦୦୦ ଟଙ୍କା ପର୍ଯ୍ୟନ୍ତ ଆଇୟୁସି ଚାର୍ଜ ଉପଲବ୍ଧ ।
ସୂଚନାଯୋଗ୍ୟ,ଗ୍ରାହକଙ୍କୁ ୧୯ ଟଙ୍କିଆ ରିଚାର୍ଜ ପ୍ୟାକ ଉପରେ ଅନଲିମିଟେଡ୍ କଲିଂ ୧୫୦ ଏମବି ଡାଟା ମିଳୁଥିଲା । ଏହାସହିତ ୨୦ ଟି ଏସଏମଏସ ର ସୁବିଧା ମଧ୍ୟ ଥିଲା । ଅନ୍ୟପଟେ ୫୨ ଟଙ୍କିଆ ପ୍ୟାକ୍ ରେ ୧.୦୫ ଜିବି ଡାଟା ଏବଂ ଅନଲିମିଡେଟ କଲିଂ ସୁବିଧା ପାଉଥିଲେ ଗ୍ରାହକ ।
ଅପରପକ୍ଷେ ଶୁଣିବାକୁ ମିଳୁଛି କି ରିଲିଆନ୍ସ ଜିଓ ୨୦୨୦ ସୁଧା ପୁଣି ଥରେ ଏହି ଦୁଇଟି ରିଚାର୍ଜ ପ୍ଲାନକୁ ଲଞ୍ଚ କରିପାରେ । ଏହାସହିତ ଟ୍ରାଇ ପକ୍ଷରୁ ଜାନୁଆରୀ ୧, ୨୦୨୦ ସୁଧା ଆଇୟୁସି ଚାର୍ଜ ହଟାଯାଇପାରେ ।