ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମହାମାରୀ କରୋନା ପାଇଁ ଏବେ ସାରା ବିଶ୍ୱ ଛଟପଟ ହେଉଛି । ମହାମାରୀ ପାଇଁ ଦେଶରେ ସବୁ କିଛି ଥବ ହୋଇଯାଇଛି । ଶିକ୍ଷା , ସ୍ୱାସ୍ଥ୍ୟ, ପର୍ଯ୍ୟଟନଠାରୁ ଆରମ୍ଭ କରି ସବୁ କିଛି ପ୍ରଭାବିତ ହୋଇଯାଇଛି । କେନ୍ଦ୍ର ସରକାର ମାର୍ଚ୍ଚ ମାସରେ ସମଗ୍ର ଦେଶରେ ଲକ ଡାଉନ କରିବା ପରେ ଦେଶରେ ସବୁ କିଛି ବନ୍ଦ ହୋଇ ଯାଇଥିଲା । ତେବେ କରୋନାର ସ୍ଥିତିକୁ ଦେଖି ଧୀରେ ଧୀରେ ସ୍ୱଭାବୀକ ହେବାକୁ ଆରମ୍ଭ କରିଛି ଜନଜୀବନ । ଧୀରେ ଧୀରେ ପରିସ୍ଥିତିରେ ସୁଧାର କରିବାକୁ ପ୍ରଚେଷ୍ଟା କରିବା ସହ ଅଣ୍ଟା ଭାଙ୍ଗି ପଡିଥିବା ଅର୍ଥ ବ୍ୟବସ୍ଥାକୁ ସୁଧାରିବା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରୁଛନ୍ତି । ତେବେ ଆସନ୍ତା ସେପ୍ଟେମ୍ବର ମାସରୁ ଆଗ୍ରାର ତାଜମହଲକୁ ଖୋଲିବା ପାଇର୍ ନିଷ୍ପତ୍ତି ନିଆଯାଇଛି ।
ସେପ୍ଟେମ୍ବର ପହିଲାରୁ ସର୍ବସାଧାରଣଙ୍କ ପାଇଁ ତାଜମହଲ, ଅନ୍ୟ ଐତିହାସିକ ଦୁର୍ଗ ଓ ସ୍ମାରକୀ ଖୋଲିବ ବୋଲି ଜିଲ୍ଲା ପ୍ରଶାସନ ଘୋଷଣା କରିଛନ୍ତି । ଜିଲ୍ଲାପାଳ ପି ଏନ ସିଂ କହିଛନ୍ତି ତାଜମହଲ ସମେତ ଫତେହପୁର ସିକ୍ରି, ସିକନ୍ଦରା, ରାମ ବାଗ, ମେହେତାବ ବାଗ ଏବଂ ଅନ୍ୟ କେତେକ ଛୋଟ ଛୋଟ ସ୍ମାରକୀସ୍ଥଳ କୋଭିଡ ଗାଇଡଲାଇନ ପାଳନ ସର୍ତ୍ତରେ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଅନ୍ୟପଟେ ପରବର୍ତ୍ତୀ ପର୍ୟ୍ୟଟନ ଋତୁ ପାଇଁ ସହରର ହୋଟେଲଗୁଡିକୁ ମଧ୍ୟ ବ୍ୟବସାୟ ଲକ୍ଷ୍ୟରେ ପ୍ରସ୍ତୁତ କରାଯାଉଛି । ଏହା ବ୍ୟତୀତ କରୋନା କଟକଣା ସହ ରେଷ୍ଟୁରାଣ୍ଟଗୁଡିକ ମଧ୍ୟ ଖୋଲାଯାଇଛି । ତେବେ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ଏପର୍ୟ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ ବୋଲି ପ୍ରଶାସନ ସ୍ପଷ୍ଟ କରିଛି। ଆଗ୍ରା ହୋଟେଲ ଏବଂ ରେଷ୍ଟୁରାଣ୍ଟ ଆସୋସିଏସନର ପ୍ରତିଷ୍ଠାତା ସଭାପତି ସୁରେନ୍ଦ୍ର ଶର୍ମା କହିଛନ୍ତି ଯେ ଯଦିଓ ଗତିଶୀଳତା ସୀମିତ ରହିଛି କିନ୍ତୁ ସେପ୍ଟେମ୍ବର ପରଠାରୁ ଜୀବନ ସ୍ୱାଭାବିକ ଅବସ୍ଥାକୁ ଫେରିବା ଆରମ୍ଭ କରିବ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024