ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଆଜି ଭୋର ୩ ଟା ବେଳେ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନ ବନ୍ଦରରୁ ମିଳିଥିବା ବ୍ୟାଗରେ ଆରଡିଏକ୍ସ ଥିବା ସନ୍ଦେହ କରାଯାଉଛି । ଖବର ମୁତାବକ ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ ମିଳିଥିବା ଏହି ବ୍ୟାଗରେ କିଛି ତାର ଥିବା ଜଣା ପଡୁଛି । ତେଣୁ ଏଥିରେ ଆରଡିଏକ୍ସ ରହିଥିବା ଆଶଙ୍କା ରହିଛି ।
ସୂଚନା ଯୋଗ୍ୟ ପ୍ରଥମେ ଏହା ରାତି ପାଖାପାଖି ୧ ଟା ପ୍ରତି ଦେଖିବାକୁ ମିଳିଥିଲା । ବ୍ୟାଗଟି ଉପରେ ସନ୍ଦେହ ହେବାରୁ ଏନେଇ ବିମାନ ବନ୍ଦର ପକ୍ଷରୁ ପୋଲିସକୁ ସୂଚନା ଦିଆଯାଇଥିଲା । ପୋଲିସ ବୋମା ନିସ୍କ୍ରିୟକାରୀ ଦଳ ସମେତ ଖବର ପାଇ ବୋମା ଚିହ୍ନଟ ଓ ଅକାମିକାରୀ, ସନ୍ଧାନୀ କୁକୁର ସ୍କ୍ଵାଡ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ବ୍ୟାଗଟିକୁ ପୋଲିସ ଉଦ୍ଧାର । ଏନେଇ ପୋଲିସ ତଦନ୍ତ ଜାରି ରଖିଛି । ବିମାନ ବନ୍ଦରର ୩ ନମ୍ବର ଟର୍ମିନାଲରୁ ଏହି ସନ୍ଦିଗ୍ଧ ବ୍ୟାଗ୍ ମିଳିଥିଲା ।