ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ‘ଜୟ ଶ୍ରୀରାମ’ କହିବାକୁ ନେଇ କୋଲକାତା ପରେ ଏବେ ମହାରାଷ୍ଟ୍ରର ଔରାଙ୍ଗବାଦରେ ଦୁଇ ମୁସଲମାନ ଯୁବକଙ୍କୁ ଜୋର ଜବରଦସ୍ତି କରୁଥିବା ଘଟଣା ସାମ୍ନାକୁ ଆସିଛି ।
ସୋମବାର ଆଜାଦ ଚୌକଠାରେ କିଛି ଲୋକ ଦୁଇ ମୁସଲମାନ ଯୁବକଙ୍କୁ ଜୋର ଜବରଦସ୍ତି ଜୟ ଶ୍ରୀରାମ କହିବା ପାଇଁ ଚେଷ୍ଟା କରିଥିଲେ । ଯେତେବେଳେ ଯୁବକ ଦ୍ୱୟ ଜୟ ଶ୍ରୀରାମ କହିବାକୁ ମନା କଲେ ତାଙ୍କୁ ଧମକ ଦିଆଯାଇଛି ।
ପୀଡିତ ଯୁବକ ମଧ୍ୟରୁ ଆମୀର ଶେଖ ନାମକ ଜଣେ ଯୁବକ କହିଛନ୍ତି କି , ଆଜାଦ ଚୌକ ଦେଇ ମୁଁ ମୋ ସାଙ୍ଗ ମାନଙ୍କ ସହିତ ଯାଉଥିଲି । ସେହି ସମୟରେ କିଛି ଲୋକ କାର୍ ରେ ଆସିଲେ ଏବଂ ଆମକୁ ଜୟ ଶ୍ରୀ ରାମ କହିବାକୁ କହିଲେ । ଆମେ ମନା କରିବାରୁ ସେମାନେ ଆମକୁ ଧମକ ଦେଇଥିଲେ ।
ସେପଟେ ଏହି ମାମଲାରେ ତଦନ୍ତ କରାଯାଉଛି ବୋଲି ଔରାଙ୍ଗବାଦ୍ ର ପୋଲିସ କମିଶନର ଚିରଞ୍ଜିବ ପ୍ରସାଦ କହିଛନ୍ତି ।